Wednesday, November 11, 2026
Home ଜିଲ୍ଲା ଖୋର୍ଦ୍ଧା ସହରସାରା ଆବର୍ଜନାମୟ ପରିବେଶ୪ଦିନ କାମବନ୍ଦ କରି ଦରମା ଦାବି କରୁଛନ୍ତି , ପୈାରପରିଷଦ ଠିକାସଫେଇ କର୍ମଚାରୀ...

ସହରସାରା ଆବର୍ଜନାମୟ ପରିବେଶ୪ଦିନ କାମବନ୍ଦ କରି ଦରମା ଦାବି କରୁଛନ୍ତି , ପୈାରପରିଷଦ ଠିକାସଫେଇ କର୍ମଚାରୀ ଗେଟରେ ତାଲାପକାଇ

155

ଜଟଣୀ,୧୪-୧୨(ଖୋର୍ଦ୍ଧା ଜିଲ୍ଲା/ସଞ୍ଜୀବ କୁମାର):ଜଟଣୀ ପୈାରପରିଷଦର ଅସ୍ଥାୟୀଠିକା ସଫେଇ କର୍ମଚାରୀମାନେ ସୋମବାର ପୈାରପରିଷଦ ମୂଖ୍ୟଗେଟରେ ତାଲା ପକାଇ ପୈାରକର୍ମଚାରୀମାନଙ୍କୁ ଘଂଟା ଘଂଟା ଧରି ବାହାରେ ଅଟକ ରଖି କାର୍ଯ୍ୟାଳୟରେ କାମବନ୍ଦ କରିଦେଇଥିଲେ ।

ଏଥି ସହିତ ପୈାରକାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ମାଡ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ଅଧିକାଂଶ ସମୟ ସେମାନଙ୍କଦାବି ପୁରଣଲାଗି କାର୍ଯ୍ୟବନ୍ଦ କରି ଆସୁଛନ୍ତି । ଚଳିତ ୧୦ତାରିଖଠାରୁ ଆଜକୁ ଦିର୍ଘ ୪ଦିନଧରି କାର୍ଯ୍ୟବନ୍ଦ କରିବାପରେ ସହରସାରା ଆବର୍ଜନାମୟ ପରିବେଶ ସୃଷ୍ଟି ହୋଇଛି ।

ମାତ୍ର ଏହାକୁ ଭୃକ୍ଷେପ ନକରି ସେମାନେ ସେମାନଙ୍କ ଦାବି ପୁରଣ କରିବାଲାଗି ପୈାରପରିଷଦ କାର୍ଯ୍ୟାଳୟର ମୂଖ୍ୟ ଫାଟକକୁ ତାଲା ପକାଇ କର୍ମଚାରୀମାନଙ୍କୁ ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି ।

ତେବେ ଏନେଇ ପୈାରପରିଷଦର ସାନିଟେସନ ସୁପରଭାଇଜର ବିର୍ଷ୍ଣୁ ମିଶ୍ର ସେମାନଙ୍କୁ ପଚରାଉଚରା କରିବା ସହିତ କାରଣ ବୁଝୁଥିବା ଅବସ୍ଥାରେ କେତେକ କର୍ମଚାରୀ ଉତ୍ୟକ୍ତ ହୋଇ ବିଷ୍ଣୁଙ୍କୁ ମାଡମାରିଥିବା ଜଟଣୀଥାନାରେ ବିଷ୍ଣୁ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି ।

ଜଟଣୀ ପୈାରପରିଷଦ ମଧ୍ୟରେ ଅସ୍ଥାୟୀ ସଫେଇକର୍ମଚାରୀଭାବେ ୧୯୩ ଜଣ କାର୍ଯ୍ୟ କରିଆସୁଛନ୍ତି । ମାତ୍ର ସେମାନଙ୍କୁ ଟେଣ୍ଡର ମାଧ୍ୟମରେ ଠିକାସଂସ୍ଥା ଅଧିନରେ କାର୍ଯ୍ୟକରିବାର ସୁଯୋଗ ମିଳିଥାଏ । ହେଲେ ପ୍ରତ୍ୟେକ କର୍ମଚାରୀ ଦିନକୁ ୬ଘଂଟା କାମ କରିବା ସହିତ କର୍ମଚାରୀ ଜଣଙ୍କ ୭୦୦ମିଟର ସଫେଇ କାମ କରିବା ସହିତ ନାଳ ମଧ୍ୟ ସେଥିରେ ସଫାକରିବେ ବୋଲି ଗାଇଡଲାଇନ ରହିଛି ।

ମାତ୍ର କୈାଣସି ସଫେଇ କର୍ମଚାରୀ ୬ ଘଂଟା କାମ ନକରି ଏବଂ ନାଳ ସଫା ଠିକଭାବରେ କରୁନାହାନ୍ତି ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି । ଏହା ବ୍ୟତିତ ସରକାରଙ୍କ ଗାଇଡଲାଇନ ଅନୁସାରେ ୧୯୬ଜଣଙ୍କ ପାଇଁ କାମ କରିବାଲାଗି ନିର୍ଦ୍ଧେଶ ରହିଥିବା ବେଳେ ଏହି ସଫେଇ କର୍ମଚାରୀମାନେ ମିଳିତଭାବେ ୨୫୦ଜଣ କାମ କରିବାକୁ ଜିଦି କରୁଛନ୍ତି । ତେବେ ୧୯୩ଜଣ ବ୍ୟତିତ ଆଉ ୫୭ଜଣ ସଫେଇ କର୍ମଚାରୀମାନଙ୍କୁ କିଏ ଦରମା ପ୍ରଦାନ କରିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି । ମାତ୍ର ଏମାନଙ୍କ ମାସିକ ବେତନ ଦେବା ସମୟରେ ଠିକାଦାର ଏମାନଙ୍କ ଦରମାର ପିଏଫ ବାବଦକୁ ୧୨% ଓ ଇଏସଆଇ ବାବଦରେ ୧୩% ତଥା ମୋଟ ୨୫ ପ୍ରତିଶତ ଅର୍ଥ କାଟିଦେଇ ଦରମା ପ୍ରଦାନ କରନ୍ତି ।

ହେଲେ ଏହି ୨୫% ଅର୍ଥ ବିଭିନ୍ନ ସମୟରେ ସେମାନଙ୍କ ଆକାଉଂଟରେ ବନ୍ଧାଯାଇନଥିବା ଅଭିଯୋଗ କରି ଆସୁଛନ୍ତି । ଅନ୍ୟପକ୍ଷରେ ଏହି ସଫେଇ କର୍ମଚାରୀମାନେ ଚଳିତ ୧୦ତାରିଖଠାରୁ କାର୍ଯ୍ୟବନ୍ଦ କରିଥିବା ବେଳେ ବିନାକାମରେ ୪ଦିନର ପ୍ରାପ୍ୟ ନେବାଲାଗି ଜିଦ ଧରୁଛନ୍ତି । ତେବେ ଏନେଇ ପୈାରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତୀ ଏହି ପ୍ରାପ୍ୟଦେବାଲାଗି ରୋକଠୋକ ମନା କରିଦେଇଛନ୍ତି । କାରଣ କାମ ନାହିଁତ ଦରମା ନାହିଁ ବୋଲି କହିଥିଲେ । ତେଣୁ ଏମାନେ କାର୍ଯ୍ୟବନ୍ଦକୁ ଆହୁରୀ ତିବ୍ରତର କରିବାଲାଗି ଚେତାବନୀ ଦେବା ସହିତ ଜିଲାପାଳଙ୍କ ଭେଟି ଅଭିଯୋଗ କରିବାଲାଗି କହି ସଫେଇ କର୍ମଚାରୀମାନେ ଧାରଣା ପ୍ରତ୍ୟାହୃତ କରିଥିଲେ । ସୁଚନାଯେ, ଅସ୍ଥାୟୀ ସଫେଇ କର୍ମଚାରୀମାନଙ୍କ ଏହିଭଳି ଅନେକଥର ବିଭିନ୍ନ ଧରଣର ପ୍ରତିବାଦ ହେଉଥିଲେ ମଧ୍ୟ କୈାଣସି ସ୍ଥାୟୀ ପ୍ରତିକାର କରାଯାଉ ନାହିଁ ।