Wednesday, November 11, 2026
Home ଜିଲ୍ଲା ଗୁଣୁପୁର ବିଧାନସଭା ମଣ୍ଡଳୀ ର ସାଂଗଠନିକ ବୈଠକ ଯୋଗ ଦେଲେ ରାୟଗଡା ଜିଲ୍ଲା...

ଗୁଣୁପୁର ବିଧାନସଭା ମଣ୍ଡଳୀ ର ସାଂଗଠନିକ ବୈଠକ ଯୋଗ ଦେଲେ ରାୟଗଡା ଜିଲ୍ଲା ପ୍ରଭାରୀ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା

95

ବିଷମକଟକ,୧୪-୧୨(ପ୍ରସନ୍ନ କୁମାର ପଣ୍ଡା): ଆଜି ରାୟଗଡା ଜିଲ୍ଲା କୁ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲା କୁମାର ଙ୍କ ଗଠିତ ଜିଲ୍ଲା ପ୍ରଭାରୀ ସନ୍ତୋଷ ସିଂ ସାଲୁଜା ପ୍ରଥମ ଥର ଗୁଣୁପୁର ଗସ୍ତ କରିବା କୁ ନେଇ କଂଗ୍ରେସ କର୍ମୀ ଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇ ଥିବା ଏବଂ ସାଲୁଜା ଙ୍କୁ ଶତାଧିକ କର୍ମୀ ବିଶାଳ ଶୋଭାଯାତ୍ରା

ରେ ସହର ପରିକ୍ରମା କରି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ କୁ ନେବା ପରେ ସେଠାରେ ଗୁଣୁପୁର ବିଧାନସଭା ମଣ୍ଡଳୀ ରେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଭାରୀ ଦାୟିତ୍ୱ ନେବା ପରେ ଏହି ବିଧାନସଭା ମଣ୍ଡଳୀ ର ବିଭିନ୍ନ ସମସ୍ୟା ଏବଂ ସାଂଗଠନିକ ସ୍ତରରେ କି ଭଳି ମଜବୁତ କରାଯିବ ତାହା ଉପରେ ଆଲୋଚନା କରାଯାଇ ଥିଲା

ବୈଠକ ରେ ଗୁଣୁପୁର ବିଧାନସଭା ମଣ୍ଡଳୀ ର ପାଞ୍ଚୋଟି ବ୍ଲକ ଏବଂ ଦୁଇଟି ପୌର ପରିଷଦ ର ଶତାଧିକ କର୍ମୀ ଏବଂ ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗ ଦେଇ ଥିଲେ ଏହି ବୈଠକ ରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା, ବରିଷ୍ଟ କଂଗ୍ରେସ ନେତା ବିଜୟ ଗମାଙ୍ଗ,

ରଘୁନାଥ ପାତ୍ର, ବାବା ପ୍ରସାଦ ରାଓ ଭୋଳା ମହାଙ୍କୁଡ ପ୍ରମୁଖ ଯୋଗ ଦେଇଥିଲେ ସାଲୁଜା ଆଗାମୀ ପୌର ଏବଂ ପଂଚାୟତ ନିର୍ବାଚନ ରେ କଂଗ୍ରେସ ସମସ୍ତ ପରିଷଦ ଏବଂ ପଞ୍ଚାୟତ ସମିତି ଦଖଲ କରିବ କର୍ମୀ ଙ୍କୁ ବର୍ତ୍ତମାନ ଠାରୁ ଲୋକଙ୍କ ବିଭିନ୍ନ ସମସ୍ୟା ସହ ବିଜୁ ଜନତା ଦଳ ର ସରକାର ଙ୍କ ରତ୍ନ ପଥର ଚୋରା ମାମଲା

ରେ ରାୟଗଡା ଜିଲ୍ଲା ର ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଏବଂ ବହୁ ମନ୍ତ୍ରୀ ଙ୍କ ସମ୍ପୃକ୍ତି ଲୋକଙ୍କୁ ଜଣାଇବା ସହ କଂଗ୍ରେସ କୁ ସମର୍ଥନ କରିବାକୁ ଆହ୍ୱାନ କରି ଥିଲେ ।