
ନୂଆଦିଲ୍ଲୀ: ବିଦ୍ୟାଭାଚସ୍ପତି ବାନାଞ୍ଜେ ଗୋବିନ୍ଦାଚାର୍ୟ୍ୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଦ୍ୟାଭାଚସ୍ପତି ବାନାଞ୍ଜେ ଗୋବିନ୍ଦାଚାର୍ୟ୍ୟ ଜୀ ସ୍ମରଣୀୟ ହୋଇ ରହିବେ । ସଂସ୍କୃତ ଏବଂ କନ୍ନଡ ସାହିତ୍ୟ ପାଇଁ ତାଙ୍କର ଉତ୍ସାହ ପ୍ରଶଂସନୀୟ । ତାଙ୍କ କାର୍ୟ୍ୟଶୈଳୀ ଭବିଷ୍ୟତ ପିଢିଙ୍କ ଉପରେ ଉପରେ ଗଭୀର ପ୍ରଭାବ ପକାଇବ । ତାଙ୍କର ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।



