Wednesday, July 22, 2026
Home ଅପରାଧ ବିଷମକଟକ ତହସିଲ ଅଧୀନରେ ଥିବା ଡାକୁଲୁଗୁଡା ମୁଲ୍ୟବାନ ରତ୍ନପଥର ଖଣି ଉପରେ ମାଫିଆଙ୍କ ନଜର:ପ୍ରଶାସନ ଓ...

ବିଷମକଟକ ତହସିଲ ଅଧୀନରେ ଥିବା ଡାକୁଲୁଗୁଡା ମୁଲ୍ୟବାନ ରତ୍ନପଥର ଖଣି ଉପରେ ମାଫିଆଙ୍କ ନଜର:ପ୍ରଶାସନ ଓ ପୋଲିସ ନିରବ

193

ବିଷମକଟକ,୧୪/୧୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ରତ୍ନପଥର ଖଣି ଉପରେ ମାଫିଆଙ୍କ ରାଜ- ପ୍ରଶାସନ ନିରବ କୁ ନେଇ ରତ୍ନ ପଥର ମାଫିଆଙ୍କ ପ୍ରାଦ୍ରୁଭାଵ ଦିନକୁ ଦିନ ବଢିବାର ଲାଗିଛି । ମାଫିଆ ମାନେ ଜିଲ୍ଲାରେ ବନ୍ଧ ହୋଇଥିବା ଖଣି ଗୁଡିକରୁ ବେଧଡକ ଭାବେ ମୁଲ୍ୟବାନ ରତ୍ନପଥର ଲୁଟି ଚାଲୁଥିବା ବେଳେ ଖଣି ବିଭାଗ ଓ ପ୍ରଶାସନ ଚୁପ ହୋଇ ବସିଛି ।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସାନ୍ତୀର ବାତାବରଣ ଲାଗି ରହିଛି । ରାୟଗଡା ଜିଲ୍ଲାର ବିଷମ କଟକ ତହସିଲ ଅଧୀନ ରେ ଥିବା ପାଇକ ଡାକୁଳୁଗୁଡାରେ ଥିବା ବୈଦର୍ଯ୍ୟ ଖଣିରୁ ପ୍ରତିଦିନ ବେଧଡକ ଭାବେ ଖଳାଯାଉଛି ରତ୍ନପଥର। ଏହି ରତ୍ନପଥର ବିଭିନ୍ନ ସ୍ଥାନକୁ ଚୋର ଚାଲାଣ ହେଉଛି ।

ଗତ ୭ ତାରିଖରେ କ୍ରାଇମବ୍ରାଞ୍ଚ ର ଏସଟିଏଫ ଟିମ ରାୟଗଡା ରେ ଛଡାଉ କରି କୋଟିଏ ଟଙ୍କାରୁ ଉର୍ଦ୍ଧ ମୁଲ୍ୟବାନ ରତ୍ନପଥର ଜବତ କରିବା ପରେ ଏହି ଜିଲ୍ଲାରେ ରତ୍ନପଥରର ଚରା ଚାଲାଣ ଗୁମର ଏବେ ପଦାରେ ପଡିଛି । ଜିଲ୍ଲାର ବିଭିନ୍ନ ରତ୍ନପଥର ଖଣି ଅଞ୍ଚଳରୁ ମାଫିଆ ମାନେ ଅଡ୍ଡା ଜମାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଏସବୁ ରତ୍ନପଥର ଖୋଳାଉଥିବା ଅଭିଯୋଗ ହେଉଛି ।

ସ୍ଥାନୀୟ ପ୍ରଶାସନ ସାଙ୍ଗକୁ ପୋଲିସ ଏକଥା ଜାବିଥିଲେ ମଧ୍ୟ ଚୁପ ହୋଇ ବସି ରହିବା ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ବିଷମ କଟକ ତହସିଲ ଅନ୍ତର୍ଗତ ପାଇକ ଡାକୁଳୁଗୁଡା ସଦର ମହକୁମାରେ ଗତ ୨୧ବର୍ଷ ତଳେ ସ୍ଥାନୀୟ ପାହାଡ଼ ନିକଟରେ ଦୁର୍ଲଭ ବୈଦୁର୍ଯ୍ୟ ଖଣିରର ସନ୍ଧାନ ମିଳିଥିଲେ । ଏହି ବୈଦୁର୍ଯ୍ୟ ଖଣି ଲିଜ ନେବାକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଦୁଇଜଣ ବ୍ୟବସାୟୀ ୪୦ ଏକର ପରିମିତ ଏହି ଖଣିକୁ ଲିଜ ଆକାରରେ ନେବା ପାଇଁ ଖଣି ବିଭାଗ ନିକଟରୁ ଆବେଦନ କରିଥିଲେ । ଏହାକୁ ନେଇ ୨୦୧୭ ମସିହାରେ ଲିଜ ଧାରୀଙ୍କ ସହ ସରକାରଙ୍କ ଚୁକ୍ତିନାମା ହୋଇଥିଲା । ଅର୍ଡର ଅନୁଯାୟୀ ପାଇକ ଡାକୁଲୁଗୁଡା ମୌଜା ଖତା ନମ୍ବର୍ ୨୫ ଓ ପ୍ଲଟ ନମ୍ବର୍ ୨୦୩ ରେ ରହିଥିବା ୪୦ଏକର ଜମିରେ ଥିବା ରତ୍ନପଥର ରହିଛି । ବର୍ଷ ବର୍ଷ ଧରି ବେଆଇନ ରତ୍ନପଥର ଖନନ ଚାଲିଛି । ପ୍ରତିଦିନ ସ୍ଥାନୀୟ ଅଞ୍ଚଳର ଲୋକେ ରତ୍ନ ପଥର ଖୋଳିବା ପାଇଁ ଉକ୍ତ ସ୍ଥାନକୁ ଯାଉଛନ୍ତି । ବର୍ତ୍ତମାନ ଉକ୍ତ ସ୍ଥାନରେ ୧୫୦ ଫୁଟ ଗର୍ତ ସୃଷ୍ଟି ହୋଇଛି । ଯେ କୌଣସି ମୁହୂର୍ତ୍ତରେ ଉକ୍ତ ସ୍ଥାନରେ ବଡ଼ ଧରଣର ଅଘଟଣ ଘଟିପାରେ । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା । ଉକ୍ତ ସ୍ଥାନରେ ସର୍ବସାଧରଣଙ୍କ ଯାତାୟାତ ନିମନ୍ତେ କଟକଣା ଜାରି କରାଯାଥିଲା । ହେଲେ ପ୍ରଶାସନ ଓ ପୋଲିସ ର ଦୂରଦୃଷ୍ଟି ଅଭାବରୁ ବର୍ଷ ବର୍ଷ ଧରି ବେଧଡକ ଭାବେ ଖୋଳାଯାଉଛି ଏଠାରେ ରତ୍ନପଥର । କୋଟି କୋଟି ଟଙ୍କାର ମୁଲ୍ୟବାନ ବୈଦର୍ଯ୍ୟ ରତ୍ନ ପଥର ଲୁଟ କରାଯାଉଥିଲେ ମଧ୍ୟ ପୋଲିସ କିମ୍ବା ସ୍ଥାନୀୟ ପ୍ରଶାସନର ଏଥିପ୍ରତି ନିଘା ନଥିବା ଡାକୁଲୁଗୁଡା ଗ୍ରାମବାର ପ୍ରଶାନ୍ତ ବୈଦ ଭୂଷଣ, ରମେଶ ଗୌଡ଼ ଅଭିଯୋଗ ହେଉଛି ।ଡାକୁଲଗୁଡା ଗ୍ରାମରେ ରହିଥିବା ରତ୍ନ ପଥର ଖଣିକୁ ସରକାରଙ୍କ ପକ୍ଷରୁ କଲ୍ୟାଣୀ ଲେବରୋଟରିଜ୍ ଲିମିଟେଡ୍ କୁ 50 ବର୍ଷ ପାଇଁ ଲିଜ୍ ଦିଆଯାଇଥିବା ବେଳେ ଏହାର ଜନଶୁଣାଣୀ ୨୦୧୯ ହୋଇଥିଲା । ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନଶୁଣାଣୀରେ ପ୍ରଦୂଷଣ ନିୟନ୍ତ୍ରଣ ବୌର୍ଡର ଅଧିକାରୀ ଓ ପାଇକ ଡାକୁଲୁଗୁଡା ଅଞ୍ଚଳର ଲୋକ ମାନେ ଉପସ୍ଥିତ ଥିଲେ । ସଂପୃକ୍ତ ସଂସ୍ଥା ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ପାଇଥିବା ବେଳେ ଏଥିପାଇ ଲୋକଙ୍କ ମତାମତ ଲୋଡ଼ା ଯାଇଥିଲା । ଏହାକୁ ନେଇ ଗତ ବର୍ଷ ଜନଶୁଣାଣୀ ହୋଇଥିଲା । ତେବେ ଜନ ଶୁଣାଣୀରେ କିଛି ଲୋକ ବିରୋଧ କରିଥିବା ବେଳେ କିଛି ଲୋକ ଅଞ୍ଚଳର ପାରିପାର୍ଶିକ ବିକାଶ ହେବ ବୋଲି ଆଶା ବାନ୍ଧିଥିଲେ । ହେଲେ ଆଜି ଯାଇ କାମ ଆରମ୍ଭ ନହେବାରୁ ଚୋରା ରତ୍ନପଥର ଚାଲାଣ କାରୀଙ୍କ ପାଇଁ ଏହି ସ୍ଥାନ ଭୁସ୍ଵର୍ଗ ପାଲଟିଛି । ଏହି ଖଣିରେ ବୈଧର୍ଯ୍ୟ ରତ୍ନପଥର ବାହାରୁଥିବାରୁ ଦେଶର ବିଭିନ୍ନ ସ୍ଥାନରୁ ପଥର ବ୍ୟବସାୟୀ ମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏଠାରୁ ରତ୍ନପଥର ଲୁଟି ନେଉଛନ୍ତି । ରତ୍ନପଥର ଖଣି ଲୁଟ ହେବା ସମ୍ପର୍କ ରେ ଆମେ ତହସିଲଦାର ଶୁଭେନ୍ଦୁ କୁମାର ଜେନା ଙ୍କୁ ପଚାରିବାରୁ ଜନଶୁଣାଣୀ ପରେ ଖଣି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା କହିବା ସହ ରତ୍ନପଥର ଚୋରା ଚାଲାଣ ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ନଥିବା କହିଛନ୍ତି । ୨୧ ବର୍ଷ ଧରି କୋଟି କୋଟି ଟଙ୍କାରଵ ମୁଲ୍ୟବାନ ରତ୍ନପଥର ଚୋର ଚାଲାଣ ଚାଲିଥିବା ବେଳେ, ଆଗକୁ ଚୋର ରତ୍ନପଥର କାରବାର ଉପରେ ପ୍ରଶାସନ କେଉଭଳି ଆଙ୍କୁଶ ଲଗାଉଛି ତାହା ଦେଖିବାକୁ ବାକି ରହିଲା l