
ବିଷମ କଟକ,୧୪/୧୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ବିଷମ କଟକ ର ହାଜିରୀ ଡାଙ୍ଗ ସମେତ ବିଭିନ୍ନ ଆଦିବାସୀ ଅଞ୍ଚଳରେ ପାଳନ ହୋଇଛି ସ୍ୱର୍ଗ ଅପସରା ପୂଜା । ଏହି ପୂଜା ଅମାବାସ୍ୟା ଦିନ ପାଳନ କାରାଯାଏ , କାହିଁ କେଉଁ କାଳରୁ ପ୍ରଥା ଆଉ ପରମ୍ପରା କୁ ନେଇ ବଞ୍ଚି
ଆସିଥିବା ଆଦିବାସୀ ମାନେ ଏହି ସ୍ୱର୍ଗ ଅପସରା ପୂଜା ପାଳନ କରି ଆସୁଛନ୍ତି । ଆଦିବାସୀ ଙ୍କ ବିଶ୍ୱାସ ରହିଛି ଯେ ଅମାବାସ୍ୟା ଦିନ ସ୍ୱର୍ଗ ଅପସରା ପୂଜା ପାଳନ କରାଗଲେ ତାଙ୍କ ମନସ୍କାମନା ପୂରଣ ହୁଏ । ଯେଉଁ ଆଦିବାସୀ ଙ୍କ ଘରେ ସନ୍ତାନ ପ୍ରାପ୍ତ ବା ସନ୍ତାନ ପ୍ରାପ୍ତ ପେରେ ଶୁଶୁ ର ମୃତ୍ୟୁ ନ ଘଟିବା ଓ ଯେଉଁ ଯୁବକର ବାହାଘର ହେଇ ପାରୁନଥିବ ସେମାନେ ଏହି ସ୍ୱର୍ଗ ଅଫସରା ପୂଜା କରିଥାନ୍ତି ।
ଏହି ସ୍ୱର୍ଗ ଅଫସରା ପୂଜା ଗ୍ରାମର ବେଜୁଣି ମାନଙ୍କ ଦ୍ଵାରା କରାଯାଇଥାଏ । ଗ୍ରାମର ଥିବା ନଦୀର ପାଣି ଯେଉଁ ଦିଗରେ ତଳକୁ ବୋହୁଥିବ ସେଇ ସ୍ଥାନରେ ଛଟ କୁଡ଼ିଆ ତିଆରି କରି ତିନଟି କୁକୁଡ଼ା ଓ ଗୋଟିଏ ପାରା ବଳି ଦେବା, ଚାଉଳ ଖିରି ପ୍ରସ୍ତୁତି କରାଯାଇ ସ୍ୱର୍ଗ ଅପସରା ଙ୍କୁ ଭୁଗ ଅର୍ପଣ କରାଯାଇଥାଏ ।
ଯେଉଁ ମାନସିକ ଧାରୀ ଏହି ସ୍ୱର୍ଗ ଅପସରା ପୂଜା କେରିଥାନ୍ତି ସେମାନଙ୍କ ଏହି ମାନସିକ ପୂରଣ ହେଇଥାଏ ବୋଲି କୁହା ଯାଉଛି ।






