Home ଜିଲ୍ଲା ଖୋର୍ଦ୍ଧା ସମାଜସେବା କ୍ଷେତ୍ରରେ ଜଣେ ଭିନ୍ନ ଓ ନିଆରା ମଣିଷ ହେଉଛନ୍ତି ପ୍ରତାପ

ସମାଜସେବା କ୍ଷେତ୍ରରେ ଜଣେ ଭିନ୍ନ ଓ ନିଆରା ମଣିଷ ହେଉଛନ୍ତି ପ୍ରତାପ

317

ଜଟଣୀ,୧୩/୧୨(ଖୋର୍ଦ୍ଧା ଜିଲ୍ଲା/ସଞ୍ଜୀବ କୁମାର):ଜଟଣୀ ପୈାରପରିଷଦ ଅଧିନସ୍ଥ ୱାର୍ଡ ୧୩ ଅଂଚଳ ଜଗନ୍ନାଥପୁର ପାଟଣାର ପ୍ରତାପ କୁମାର ସ୍ୱାଇଁ । ପିତା ତାରେଶ୍ୱର ସ୍ୱାଇଁ ଶିକ୍ଷକତା କରୁଥିବା ସମୟରେ ପ୍ରତାପଙ୍କ ମଧ୍ୟ ଶିକ୍ଷାଦାନ କରି ମଣିଷ ସମାଜକୁ ଗଢିତୋଳିବାରେ ଇଛାଶକ୍ତି ଜାଗ୍ରତ ହୋଇଥିଲା ।

ମାତ୍ର ପରିବାର ଲୋକେ ଚାହୁଁଥିଲେ ପ୍ରତାପ ଅଂଚଳର ଜଣେ ଭଲ ଇଜିଂନିୟର ହେଉ, ତାହା ମଧ୍ୟ ହେଲା । ୨୦୧୨ମସିହାରେ ପ୍ରତାପ ସିଭିଲ ଇଜିଂନିୟରଭାବେ ଶିକ୍ଷା ହାସଲ କରିବାପରେ ବୈାଦ୍ଧ ଜିଲାର ଓଡିଶା ସରକାରଙ୍କ ଜଳବିଭାଜିକା ମିଶନ କାର୍ଯ୍ୟାଳୟରେ ଯନ୍ତ୍ରୀଭାବେ ନିଯୁକ୍ତି ମିଳିଗଲା । ମାତ୍ର ସମାଜସେବା କରିବାଲାଗି ଇଛାଶକ୍ତି ଉଣା ହୋଇନଥାଏ ।

କିଛିଦିନ ଏହି ଜଳବିଭାଜିକା କ୍ଷେତ୍ରରେ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରାଗଲା । ଏହାର କିଛିଦିନ ପରେ ଏହି ଚାକିରୀ ଛାଡି ପଳାଇ ଆସିଥିଲେ । କିଛିଦିନ ବିଭିନ୍ନ ଜନମଙ୍ଗଳକାରୀ ସଂଗଠନରେ ସଦସ୍ୟଭାବେ ଯୋଗଦେଇ ସେବା ଆରମ୍ଭ କରିଥିଲେ । ସେଥିରେ ମଧ୍ୟ ସନ୍ତୁଷ୍ଟି ମିଳିନଥିଲା । ତେବେ ୨୦୧୭ ମସିହାରେ ନିଜ ଗ୍ରାମ ଜଗନ୍ନାଥ ପାଟଣାରେ ଜେଜେ ମା’ ହୀରାଜଙ୍କ ନାମରେ ହୀରାଜ ଫାଉଣ୍ଡେସନ ନାମକ ଏକ ରେଜିଷ୍ଟ୍ରେଟ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ନିଜ ପରିବାର ପରିଜନମାନଙ୍କୁ ନେଇ ସମାଜମଙ୍ଗଳକାରୀ କାର୍ଯ୍ୟାରମ୍ଭ କରିଥିଲେ । ଏହି ସମାଜମଙ୍ଗଳକାରୀ କାର୍ଯ୍ୟମଧ୍ୟରେ ରହିଛି ଅସହାୟ ଓ ବୁଲା ଗାଈଗୋରୁଙ୍କ ପାଇଁ ଗୋଶାଳା, ବେକାର ଯୁବକଯୁବତୀ ମାନଙ୍କ ଆତ୍ମନିର୍ଭରଶିଳ ଏବଂ ବରିଷ୍ଠ ନାଗରୀକମାନଙ୍କ ଅବସର ସମୟ ଅତିବାହିତ କରିବାଲାଗି ପିତା ତାରେଶ୍ୱରଙ୍କ ନାମାନୁସାରେ ତାରେଶ୍ୱର ପାଠାଗାର ଏବଂ ଗରୀବ ଅସହାୟ ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଏବଂ ଶିକ୍ଷକମାନଙ୍କ ନିଯୁକ୍ତି ପାଇଁ ଏକ ସରସ୍ୱତୀ ଶିଶୁ ମନ୍ଦିର ଖୋଲିଛନ୍ତି । ଏହି ୩ଟି ସଂସ୍ଥା ଖୋଲି ବିନାମୂଲ୍ୟରେ ସେବା ଯୋଗାଉଥିବା ନେଇ ନିଜ ଅଂଚଳରେ ପ୍ରସଂଶା ସାଉଁଟିଛନ୍ତିି ପ୍ରତାପ । ପ୍ରତାପ ପ୍ରଥମେ ଗୋରକ୍ଷାଲାଗି ଚିନ୍ତା କରିଥିଲେ । ତେଣୁ ଅଂଚଳରେ ଶ୍ରୀ ମାଧବ ନାମରେ ଏକ ଗୋଶାଳା ଖୋଲି ସେଥିରେ ଅବହେଳିତ ଓ ରୁଗଣ ଗାଈ,ଗୋରୁ,ବାଛୁରୀ ଇତ୍ୟାଦିଙ୍କୁ ଉଦ୍ଧାର କରି ସେମାନଙ୍କ ସେବାଶୁସ୍ୱଛା କରି ହୃଷ୍ଟପୃଷ୍ଟ କରିଥାନ୍ତି । ବିଭିନ୍ନ ହସ୍ପିଟାଲରେ ପଡୁଥିବା ଅସହାୟ ଓ ନିରାଶ୍ରୟ ରୋଗୀମାନଙ୍କଲାଗି ପ୍ରତାପ ତାଙ୍କ ଗୋଶାଳାରୁ କ୍ଷୀର ଯୋଗାଇଦିଅନ୍ତି । ଏଥି ବ୍ୟତିତ କେତେକ ଚାଷୀମାନଙ୍କର ଅର୍ଥାଭାବରୁ ବଳଦ ନଥିବାରୁ ଚାଷଲାଗି ଚାଷୀଙ୍କୁ ମାଗଣାରେ ବଳଦ ଯୋଗାଇଦିଅନ୍ତି । ସେହିପରି ଯେଉଁମାନେ ଗାଈନେଇ କ୍ଷୀର ବିକ୍ରୀକରି ଆତ୍ମନିର୍ଭରଶିଳ ହେବାକୁ ଚାହାନ୍ତି ସେମାନଙ୍କୁ ବିନା ଅର୍ଥରେ ଗାଈ ପାଳନଲାଗି ସହାୟତା ଯୋଗାଇ ଦେଇଥାନ୍ତି ବୋଲି କେତେକ ବ୍ୟକ୍ତି ମଧ୍ୟ କହିଛନ୍ତି । ସେହି କ୍ରମରେ ଘରେ ବସିଥିବା ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ପାଇଁ ବିଭିନ୍ନ କ୍ଷେତ୍ରର ପୁସ୍ତକ ପାଠାଗାର ମାଧ୍ୟମରେ ଯୋଗାଇଦେବା ସହିତ ଅବସରପରେ ବରିଷ୍ଠନାଗରୀକ ମାନଙ୍କ ସମୟ ଅତିବାହିତ ଏବଂ କ୍ରିୟାଶିଳ କରିବାଲାଗି ତାରେଶ୍ୱର ପାଠାଗାର ଖୋଲିଦେଇଥିବା କହିଛନ୍ତି ପ୍ରତାପ ।

ଓଡିଶାର ମାତୃଭାଷା ଓଡିଆ ଏବଂ ଓଡିଆଜାତିର ମହତ୍ୱକୁ ସମାଜରେ ଉତଥାପନ କରିବାଲାଗି ସାସ୍ୱତୀ ଶିଶୁ ମନ୍ଦିର ନାମରେ ପ୍ରାରମ୍ଭଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛନ୍ତି । ବିନା ମୂଲ୍ୟରେ ସରକାରଙ୍କ ଗାଇଡଲାଇନ ଅନୁସାରେ ୨୫ % ସରକ୍ଷଂଣ ରହିଥିବା ବେଳେ ଉକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କଲାଗି ୩୫% ସଂରକ୍ଷଣ କରାଯାଇଛି । ଏଥିରେ ଅନୁନ୍ନତ,ବିପିଏଲ ବର୍ଗ,ବିଧବାଙ୍କ ପିଲା,ଅନୁସୁଚିତ ଜାତି ଓ ଜନଜାତି,ସ୍ୱାମୀ ପରିତ୍ୟକ୍ତା,ଦିବ୍ୟାଙ୍ଗ ପଭୃତି ବର୍ଗର ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରାଯାଉଛି । ଏହି ୩ଟି ସମାଜମଙ୍ଗଳକାରୀ ସଂସ୍ଥା ମାଧ୍ୟମରେ ୫ଟି ପଚାଂୟତର ଏକହଜାରରୁ ଉର୍ଦ୍ଧ୍ୱ ଚାଷୀ,ଛାତ୍ରଛାତ୍ରୀ,ବରିଷ୍ଠନାଗରୀକ ଓ ରୋଗୀମାନେ ଉପକୃତ ହୋଇପାରିଛନ୍ତି ।

ଏସବୁ କରି ନିଜକୁ ଆତ୍ମ ସନ୍ତୁଷ୍ଟି ଲାଗୁଛି ବୋଲି ସମାଜସେବୀ ପ୍ରତାପ ସୁଚନା ବ୍ୟକ୍ତ କରିଛନ୍ତି । ମାତ୍ର ଦୁଖଃ ଓ ବିଡମ୍ବନାର ବିଷୟ ମହାବାତ୍ୟା ଫନିରେ ଏହି ୩ଟି ସଂସ୍ଥାର ବଡଧରଣର ସବୁକିଛି କ୍ଷୟକ୍ଷତି ହୋଇଯାଇଛି । ଧିରେଧିରେ ଏହାର ପୁନରୁଧାର କରାଯାଉଛି । ଯଦି କେହି ଏହି ସଂସ୍ଥାର ଉନ୍ନତି କରିବାଲାଗି ସହଯୋଗର ହାତ ବଢାନ୍ତି ତେବେ ଯୋଗାଯୋଗ ନଂ ୮୦୧୮୮୪୧୩୯୫.ରେ ପ୍ରତାପଙ୍କ ସହିତ ଯୋଗାଯୋଗ କିମ୍ବା ଜଟଣୀ ପାତ୍ରପଡା ସ୍ଥିତ ଜଗନ୍ନାଥପାଟଣା କାର୍ଯ୍ୟାଳୟରେ ସାକ୍ଷାତ କରିପାରିବେ ।