Saturday, November 14, 2026
Home ଆଞ୍ଚଳିକ କୋଦଳା ଠାରେ ଦଣ୍ଡେଶ୍ଵର ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଉଦଘାଟିତ

କୋଦଳା ଠାରେ ଦଣ୍ଡେଶ୍ଵର ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଉଦଘାଟିତ

43

କୋଦଳା:୧୩-୧୨(ଦେବାଶିଷ ମହାରଣା): ଗାଡି ଚାଳକଙ୍କ ସୁବିଧା ନିମନ୍ତେ ଖୋଲିଲା ଏକ ନୂଆ ସ୍ଥାୟୀ ମୋଟର ଯାନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର।ଏହି ସେଣ୍ଟର ଟି ସ୍ଥାୟୀ ହୋଇଥିବାରୁ ପ୍ରତି ମୁହୂର୍ତ୍ତରେ ଏଠାରେ ପ୍ରଦୂଷଣ ଯାଞ୍ଚ କରାଯାଇପାରିବ।ଏଠାରେ ସମସ୍ତେ ସୁବିଧାରେ ସେବା ପାଇପାରିବେ ବୋଲି ଏହି ସେଣ୍ଟରର ମୁଖ୍ୟ ନିରଞ୍ଜନ ସାହୁ କହିଛନ୍ତି। କୋଦଳା ବସଷ୍ଟାଣ୍ଡ ନିକଟବର୍ତ୍ତି ଆର.ଆଇ ଅଫିସ ନିକଟରେ ଦଣ୍ଡେଶ୍ଵର ପଲ୍ୟୁସନ ସେଣ୍ଟରକୁ ଆଜି ଦିଗାପଡା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରତିନିଧି ଉପେନ୍ଦ୍ର ପରିଡା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ।

ଏଥିସହ ଏଠାରେ ମଧୁସୂଦନ ଜେନା,ଗିରିଧାରୀ କର,ଭଦ୍ରାଞ୍ଚଳ ମହାରଣା,ସାହିଲ ରାଉତ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି କେନ୍ଦ୍ରରେ ଅନଲାଇନ୍ ରେ ଖୁବ କମ୍ ସମୟ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡ଼ିଗୁଡିକ ପ୍ରଦୂଷଣ ଯାଞ୍ଚ କରାଯାଇ ତୁରନ୍ତ ପଲ୍ୟୁସନ ପ୍ରମାଣପତ୍ର ପ୍ରଦାନ କରାଯିବ ।ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେବା ପରେ ଲୋକଙ୍କ ମଧ୍ୟରେ ସଚେତନତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।ସୂଚନା ଥାଉ କି ଏହି ପ୍ରମାଣପତ୍ର ସମସ୍ତ ବାଇକ କିମ୍ବା ଚାରି ଚକିଆ ଚାଳକଙ୍କ ପାଇଁ ବାଧ୍ୟତା ମୂଳକ ଅଟେ |