
ବାଲିଗୁଡା,୧୨/୧୨(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବାର ଆସୋସିଏସନର ବିଭିନ୍ନ ପଦବୀ ପାଇଁ କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ, କୌଶିକ ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସୁରେଶ କୁମାର ପଟ୍ଟନାୟକ ସଂପାଦକ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଅଶ୍ୱିନୀ କୁମାର ଦାସ , ସହ ସଂପାଦକ ଭାବେ ଚନ୍ଦ୍ର ଶେଖର ପଣ୍ଡା କୋଷାଧ୍ୟକ୍ଷ ଭାବେ ମାନସ ରଞ୍ଜନ ପଣ୍ଡା ଓ ପାଠାଗାର ସମ୍ପାଦକ ଭାବେ ଅନିଲ କୁମାର ଦାସ ନିର୍ବାଚିତ ହୋଇଥିବା ବିଷୟ ବାଲିଗୁଡା ବାର ଆସୋସିଏସନ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି । ଏଥିରେ ନିର୍ବାଚନ ଅଧିକାରୀ ଭାବେ ଆଡଭୋକେଟ ସୁଧାଂଶୁ ମୋହନ ପତି ନିର୍ବାଚନ ପରିଚାଳନା କରିଥିଲେ।



