Thursday, October 15, 2026
Home ଜିଲ୍ଲା କନ୍ଧମାଳ କନ୍ଧମାଳରୁ କେରଳକୁ ଗଲେ ଶ୍ରମିକ

କନ୍ଧମାଳରୁ କେରଳକୁ ଗଲେ ଶ୍ରମିକ

39

ବାଲିଗୁଡା,୧୨/୧୨(ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲ୍ଲା ରେ କରୋନା ଯୋଗୁଁ କେରଳରେ କାମ କରୁଥିବା କନ୍ଧମାଳର ହଜାର ହଜାର ଯୁବକ ଯୁବତୀ ପ୍ରବାସୀ ରାଜ୍ୟ ସରକାରଙ୍କ ସହଯୋଗ ହେଉ କି ନିଜ ନିଜ ଉଦ୍ୟମରେ କେରଳରୁ ଫେରିଥିଲେ |କାମଧନ୍ଦା ଅଭାବରୁ ଏହି ଶ୍ରମିକ ନିଜ ଭିଟାମାଟି ଛାଡ଼ି ସୁଦୂର କେରଳକୁ ଯାଇ ସେଠାରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଘୁ.ଉଦୟଗିରି ବ୍ଲକ, ଏନଏସି, ଟିକାବାଲି,ଚକାପାଦ, ରାଇକିଆ, ଦାରିଙ୍ଗବାଡ଼ି, ସାରଙ୍ଗଗଡ଼ ଓ ପାବୁରିଆ ପ୍ରଭୃତି ଅଞ୍ଚଳରୁ ବର୍ତ୍ତମାନ କିଛି ଦିନ ହେଲା ପୁଣି କେରଳ ମୁହାଁ ହୋଇଛନ୍ତି ଶ୍ରମିକ। ଯୁବକ ଯୁବତୀଙ୍କୁ ଅଧିକ ମଜୁରୀ, ଅନ୍ୟାନ୍ୟ ସୁବିଧା ଲୋଭ ଦେଖାଇ କେରଳରୁ ବସ୍‌ ଆଣି ସେମାନଙ୍କୁ ଏଠାରୁ ନେଉଥିବା ଦେଖିବାକୁ ମିଳୁଛି। ଆଜି ଘୁ.ଉଦୟଗିରି ଗାନ୍ଧୀ ଛକରେ ଆଖପାଖ ଅଞ୍ଚଳରୁ ଯୁବକ ଯୁବତୀଙ୍କୁ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କରି ବସ୍‌ରେ କେରଳ ଯାଉଥିବା ଦେଖିବାକୁ ମିଳିଥିଲା | କେରଳରେ ଯେ ହେତୁ କାରଖାନା ଅଧିକ ରହିଛି, ବର୍ତ୍ତମାନ ଧାନକଟା ସାରି କେରଳ ମୁହାଁ ହୋଇଛନ୍ତି ଯୁବକ ଯୁବତୀ। ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ଅଭାବରୁ ନିଜ ଭିଟାମାଟି ଛାଡ଼ିବାକୁ ସେମାନେ ବାଧ୍ୟ ହେଉଛନ୍ତି |