Home ଜିଲ୍ଲା ଖୋର୍ଦ୍ଧା ୧୬୩୩ ଚାଷୀ ସମବାୟ ସମିତିରେ ଅନଲାଇନ ପଜିଂକରଣ କରି ମଣ୍ଡିଖୋଲିବାକୁ ଅନେଇ ବସିଛି

୧୬୩୩ ଚାଷୀ ସମବାୟ ସମିତିରେ ଅନଲାଇନ ପଜିଂକରଣ କରି ମଣ୍ଡିଖୋଲିବାକୁ ଅନେଇ ବସିଛି

20

ଜଟଣୀ,୧୨/୧୨(ଖୋର୍ଦ୍ଧା ଜିଲ୍ଲା/ ସଞ୍ଜୀବ କୁମାର) :ସହଜ କିସମର ଧାନଚାଷ କରି ଚାଷୀ ଲାଭବାନ ହେବାଲାଗି ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । ଏନେଇ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ସହିତ ଧାନ,ବିହନ,କିଟନାଶକ ପ୍ରୟୋଗ ଏବଂ ସାର ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଧାନ ଅମଳପରେ ସରର୍କାରୀ ଦରରେ ଧାନକ୍ରୟ କରିବାଲାଗି ସେବା ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ ଅନଲାଇନ ପଜିଂକରଣ କରିବାକୁ ପରାମର୍ଶ ଦେଇଛନ୍ତି ।

ତେବେ ଏନେଇ ଜଟଣୀ ବ୍ଲକ ଅଧିନସ୍ଥ ଅରଗୁଳୁର ୧୯୬ଜଣ,ବେଲପଡାରୁ ୨୩୮ଜଣ, ବେଣାପଂଜଂରୀରୁ ୧୭୩ଜଣ, ଛଣଘରରୁ ୨୬୭ଜଣ,ଗୋବିନ୍ଦପୁରରୁ ୧୪୩ଜଣ, କୁମାରଖାତିଆ ହନୁମାନରୁ ୫୭ଜଣ, ଜାମୁକୋଳି ଓ ପାଚଂଗାଁରୁ ୪୦୭ଜଣ, ଜାଂଳାରୁ ୯୪ଜଣ ଏବଂ କୁଦିଆରୀ ସମବାୟ ସମିତି ପ୍ରଭୃତି ୧୦ଟି ସୋସାଇଟିରୁ ୧୬୩୩ଜଣ ଚାଷୀ ଧାନବିକ୍ରୟ କରିବାଲାଗି ଅଂଚଳର ସମସ୍ତ ସମବାୟ ସମିତି ମାଧ୍ୟମରେ ଅନଲାଇନ ପଜିଂକରଣ କରି ମଣ୍ଡି ଖୋଲିବା ସମୟକୁ ଅପେକ୍ଷାକରି ବସିଛନ୍ତି ।

ଅନ୍ୟପଟେ ପଶ୍ଚିମ ଓଡିଶା ଉପତ୍ୟକାରେ ମଣ୍ଡିଖୋଲି ସରକାର ଧାନକ୍ରୟ ଆରମ୍ଭ କରିବାପରେ ଖୋର୍ଦ୍ଧାଜିଲାର ବିଭିନ୍ନ ବ୍ଲକରେ ମଣ୍ଡିଖୋଲିବାଲାଗି ଚାଷୀମାନେ ସରକାରଙ୍କ ନିକଟରେ ଗୁହାରୀ କରୁଛନ୍ତି । ଜଟଣୀ ବ୍ଲକର ଚାଷୀମାନେ ଚଳିତ ଅଗଷ୍ଟରୁ ଅକ୍ଟୋବର ୧୫ ତାରିଖ ମଧ୍ୟରେ ପଜିଂକରଣ କରିଥିବା ବେଳେ ସରକାର କିନ୍ତୁ ଡିସେମ୍ବର ୧୬ତାରିଖଠାରୁ ପର୍ଯ୍ୟାୟକ୍ରମେ ମଣ୍ଡି ଖୋଲିବାକୁ ସୁଚନାଦେଇଛନ୍ତି । ତେଣୁ ଯେଉଁମାନେ ପୁର୍ବରୁ ଧାନ ଅମଳକରି ଅସୁରକ୍ଷୀତଭାବେ ଗଛିତ ରଖିଛନ୍ତି ସେମାନଙ୍କୁ ଲଘୁଚାପ ଜନିତବର୍ଷାର ଭୟ ଘାରିବାରେ ଲାଗିଛି । କାରଣ ଜଣେ ଚାଷୀର ସବୁକିଛି କହିଲେ ତାର ବିଲରୁ ଅମଳ କରିଥିବା ଫସଲକୁ ବୁଝାଇଥାଏ ।

ତେଣୁ ଅନ୍ୟଥାରେ ପ୍ରାକୃତିକ ବିପର୍ଯ୍ୟୟରେ ହେବାକୁଥିବା କ୍ଷତିରୁ ସୁରକ୍ଷାଲାଗି ଚାଷୀମାନେ ମଣ୍ଡିଶିଘ୍ର ଖୋଲିବାକୁ ବ୍ୟାକୁଳ ହେଉଛନ୍ତି । ଅନ୍ୟପଟେ ମିଲର ଚାଷୀଙ୍କଠାରୁ ବସ୍ତାର କ୍ୱିଂଟାଲ ପ୍ରତି ୧ରୁ ୨କିଲୋ ଶଷ୍ୟ କାଟି କ୍ଷତିପୁରଣ ଭରିବା ପରିବର୍ତେ ୫କିଲୋ ପର୍ଯ୍ୟନ୍ତ ଉଣା କରି ମିଲର କ୍ଷତିଭରୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଏଥି ସହିତ ସରକାର ମଣ୍ଡିଖୋଲି ଚାଷୀଙ୍କଠାରୁ ଧାନ କ୍ରୟକରୁଥିବା ବେଳେ କେତେକ ଚାଷୀଙ୍କ ବିକ୍ରୀ ସରିନଥିବା ଅବସ୍ଥାରେ ମଣ୍ଡି ବନ୍ଦ ହୋଇଯାଉଛି । ଫଳରେ ଚାଷୀମାନେ ସେମାନଙ୍କ ସମବାୟ ସମିତିରେ ଯୁକ୍ତିତର୍କ ଆରମ୍ଭ କରିବା ସହିତ କଳିଝଗଡାର ସୁତ୍ରପାତ ହେଉଥିବା କହିଛନ୍ତି । ଅନ୍ୟ ପକ୍ଷରେ ସରକାରଙ୍କୁ ଚାଷୀଙ୍କ ପକ୍ଷରୁ ଯେଉଁ ଟାର୍ଗେଟ ପୁରଣପାଇଁ ଚୁକ୍ତି ଦିଆଯାଉଛି ତାହା ପୁରଣ ହୋଇପାରୁ ନାହିଁ । ଚଳିତବର୍ଷ ସରକାର ଧାନର ସହାୟକ ମୂଲ୍ୟ କ୍ୱିଂଟାଲପିଛା ୧୮୬୫ଟଙ୍କା ରଖିଛନ୍ତି ମାତ୍ର ମଣ୍ଡିଖୋଲିବାପରେ ପକୃତଦର ଜଣାପଡିବ ବୋଲି ସମବାୟ ପକ୍ଷରୁ ସୁଚନା ମିଳିଛି । ଚାଷୀଙ୍କଠାରୁ ସରକାର ଧାନ କିଣିବାପରେ ଏହାର ମୂର୍ଲ୍ୟ ୩ଦିନ ମଧ୍ୟରେ ଚାଷୀଙ୍କ ଜମାଖାତାକୁ ସିଧାସଳଖ ଆସିବାର ନିୟମ କରାଯାଇଛି । ଅନ୍ୟପଟେ ଚଳିତ ମାସରେ ଲଘୁଚାପ ଜନିତବର୍ଷା ହେବାର ଆଶଙ୍କାକୁ ନେଇ କେତେକଚାଷୀ ପରିବାରବର୍ଗ,ମୂଲିଆମଜୁରୀଆ ଏବଂ ମେସିନ ସାହାଯ୍ୟରେ ଧାନକଟା ଆରମ୍ଭ କରିଦେଇଛନ୍ତି । ଏହାବ୍ୟତିତ ପ୍ରାକୃତିକ ବିପର୍ଯ୍ୟୟକୁ ଉପଲବ୍ଧୀକରି ମେସିନ ସାହାଯ୍ୟରେ ଧାନକାଟି ଦଲାଲଙ୍କ ସହାୟତାରେ ଚାଷୀ ବାହାର ରାଜ୍ୟକୁ ସ୍ୱଳ୍ପଦରରେ ବିକ୍ରୀ କରିବାକୁ କେତେକ ଦଲାଲ ଉଦ୍ୟମ ଆରମ୍ଭ କରିଥିବା ମଧ୍ୟ ବିଶେଷସୁତ୍ରରୁ ସୁଚନା ମିଳିଛି । ତେଣୁ ସରକାର ଧାର୍ଯ୍ୟ ସମୟପୁର୍ବରୁ ମଣ୍ଡିଖୋଲିବାକୁ ଚାଷୀକୂଳ ପକ୍ଷରୁ ନିବେଦନ କରାଯାଇଛି ।