
ଜଟଣୀ,୧୨/୧୨(ଖୋର୍ଦ୍ଧା ଜିଲ୍ଲା/ ସଞ୍ଜୀବ କୁମାର): ଓଡିଶା ଷ୍ଟେଟ୍ ବାର୍ କାଉନସିଲ ସହିତ ସହବନ୍ଧିତ ଜଟଣୀ ବାର୍ ଆସୋସିଏଶନର କର୍ମକର୍ତା ନିର୍ବାଚନ ସ୍ଥାନୀୟ ଜେଏମ୍ଏଫସି କୋର୍ଟ ପରିସରରେ ଶନିବାର ଶେଷ ହୋଇଯାଇଛି । ଜଟଣୀ ବାର ଆସୋସିଏସନର ସଭାପତିଭାବେ ସାନୁଜା କୁମାର ମିଶ୍ର ଏବଂ ସମ୍ପାଦକଭାବେ ସଂଜୟ କୁମାର ମହାପାତ୍ର ଏବଂ ଉପସଭାପତିଲାଗି ଦିଲୀପ କୁମାର ସୁବୁଦ୍ଧୀ ନିର୍ବାଚିତ ହୋଇଛନ୍ତି ।
ଅନ୍ୟ ପଦବୀ ତଥା ସହସମ୍ପାଦକଭାବେ କାଶିନାଥ ପ୍ରଧାନ,କୋଷାଧ୍ୟକ୍ଷ ମଳୟକୂଳ ଚଣ୍ଡିବାବୁ, କାର୍ଯ୍ୟକାରୀ ସଦସ୍ୟଭାବେ ରଶ୍ମୀରଂଜନ ଛୋଟରାୟ, ପବିତ୍ର କୁମାର ବଳିୟାରସିଂହ, ସୁସାନ୍ତ କୁମାର ସୁବୁଦ୍ଧୀ, ପ୍ରଦୀପ କୁମାର ମହାରଣା, ପ୍ରକାଶ କୁମାର ଜେନା ଏବଂ ସୁଶିଲ କୁମାର ରଥ ପ୍ରମୁଖ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଶନିବାର ପୁର୍ବାହ୍ନ ୮ଟାରେ ନିର୍ବାଚନ ଆରମ୍ଭ ହୋଇ ୪ଟାରେ ପୁଲିଂ ସରିବାପରେ ସାଢେ ୪ଟାରେ କାଉଟିଂଙ୍ଗ କରାଯାଇ ଅପରାହ୍ନ ୫ଟାରେ ଫଳାଫଳ ଘୋଷଣା କରାଯାଇଥିଲା ।
ସଭାପତି,ଉପସଭାପତି ଏବଂ ସମ୍ପାଦକ ପ୍ରଭୃତି ୩ଟି ପଦବୀଲାଗି ୬ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ନିର୍ବାଚନ ପ୍ରତିଯୋଗୀତା ରଣାଙ୍ଗନ ହୋଇଥିଲା । ମାତ୍ର ଅନ୍ୟ ସମସ୍ତ ପଦବୀ ଲାଗି ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବାରୁ ଏହି ପଦବୀଲାଗି ପ୍ରତିଯୋଗୀ ନ ହୋଇ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ବୋଲି ନିର୍ବାଚନ ଅଧିକାରୀ ଅଧିବକ୍ତା ଅକ୍ଷାଂଶୁ ଶେଖର ନାୟକ ଏବଂ ନିର୍ବାଚନ ଉପଧିକାରୀ ସୁବାଶିନୀ ମହାରଥୀ କହିଛନ୍ତି ।





