Monday, November 16, 2026
Home ଆଞ୍ଚଳିକ କାର ଦୁର୍ଘଟଣାରେ ବର ସମେତ ୩ଜଣ ଗୁରୁତର

କାର ଦୁର୍ଘଟଣାରେ ବର ସମେତ ୩ଜଣ ଗୁରୁତର

13

ବେଲଗୁଣ୍ଠା,୧୨/୧୨(ଶିବରାମ ଚୌଧୁରୀ): ଗୋବରା, ବାସୁଦେବ ପୁର ଶାସନର ନାରାୟଣ ମିଶ୍ରଙ୍କ ସାନପୁଅ ଆଶିଷ ର ଗତକାଲି ଜୟପୁର ସ୍ଥିତ ଜୟନଗର ଠାରେ ସୌମ୍ୟାଙ୍କ ସହ ବିବାହ ଅନୁଷ୍ଠିତ ହୋଇଥିଲା।ଅପରାହ୍ନରେ ବର ଓ କନ୍ୟା ଅଲଗା ଅଲଗା ଗାଡ଼ିରେ ଗୋବରା ଫେରୁଥିଲେ।ବର ଆଶିଷ ବସିଥିବା କାର କୁ ତାର ବଡ଼ଭାଇ ଗିରିଶ ଚଳାଉଥିବା ବେଳେ ସେଥିରେ ତାଙ୍କର ଅନ୍ୟ ୨ଜଣ ବନ୍ଧୁ ମଧ୍ୟ ରହିଥିଲେ। ଅଡବା ନିକଟ ବିରିକୋଟ ମେଡ଼ିକାଲ ଛକ ନିକଟରେ କାର ଟିକୁ ସାମ୍ନା ପଟୁ ଆସୁଥିବା ଏକ ଅଜଣା ଗାଡ଼ି ରାତି ପ୍ରାୟ ୨ ଟା ବେଳେ ଧକ୍କା ଦେଇ ଚାଲିଯାଇଥିଲା।ଫଳରେ କାରଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଗାଡ଼ି ସାମ୍ନାରେ ଥିବା କାଚ ଭାଙ୍ଗି ବର ସମେତ ସମସ୍ତେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ଜଣାପଡିଛି।