
ବିଷମକଟକ,୧୨/୧୨(ପ୍ରସନ କୁମାର ପଣ୍ଡା):ରାୟଗଡା ଜିଲ୍ଲା ର ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଆଜି ଅଧ୍ୟକ୍ଷା ଶ୍ରୀମତୀ ଭି ଆର ରତ୍ନ ଶ୍ରୀ ଙ୍କ ସହିତ ଏକ ସୈଜନ୍ୟ ମୂଳକ ସାକ୍ଷାତ ଓ ଆଲୋଚନା ହୋଇଥିଲା l ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ରୂପେ ରାୟଗଡ଼ା ମହାବିଦ୍ୟାଳୟ ର ଛାତ୍ରୀଵାସ ର ବର୍ଦ୍ଧିତ ଫିସ୍ କୁ ବିରୋଧ କରିଵା ସହିତ ପୁନର୍ବାର ଏହି ନିଷ୍ପତ୍ତି ଉପରେ ଆଲୋଚନା କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଏହା ସହିତ ରାୟଗଡ଼ା ମହାବିଦ୍ୟାଳୟ ର ଆନୁସଙ୍ଗିକ ବ୍ୟବସ୍ଥା ର କିପରି ଆହୁରି ଉନ୍ନତି ହେଇପାରିବ ଏହା ଉପରେ ମଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷାଙ୍କ ସହିତ ଏକ ଆଲୋଚନା ହେଇଥିଲା ।,


