
ବିଷମ କଟକ,୧୨/୧୨(ପ୍ରଶ୍ନନ କୁମାର ପଣ୍ଡା): ରାୟଗଡା ଜିଲ୍ଲା ବିଷମ କଟକ ବ୍ଳକ ହଟାମୁନିଗୁଡା ଏସ ଆର ସି ଏସ ସରକାରୀ ଉଛ ବିଦ୍ୟାଳୟ ରେ ଓଡ଼ିଶା ସାରକା ଓ ଜୀବିକା ମିଶନ ପକ୍ଷରୁ ଶିକ୍ଷା ସମୃଦ୍ଧିର କାର୍ଯ୍ୟକ୍ରମ ଶୁଭା ଆରମ୍ଭ । ରାୟଗଡା ଡିଆରଡିଏ ପକ୍ଷରୁ ଆଜି ହଟାମୁନିଗୁଡା ସ୍ଥିତ ଏସ,ଆର,ସି,ଏସ, ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷା ସମୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଡିଆରଡିଏର ପ୍ରକଳ୍ପ ଅଧିକାରୀ ଅମୃତ ଋତୁରାଜ ଯୋଗ ଦେଇଥିବା ବେଳେ ସ୍ନମାନିତ ଅତିଥି ଭାବେ ବିଷମ କଟକ ବିଡ଼ିଓ. ଯୋଗ ଦେଇଥିଲେ।
ଶିକ୍ଷା ସମୃଦ୍ଧି ଓଡିଶା ସରକାରଙ୍କ ଓ ଜୀବିକା ମିଶନ ପକ୍ଷରୁ ଏହା ଏକ ଅଭିନବ ପ୍ରୟାସ । ଛାତ୍ରଛାତ୍ରୀ ଙ୍କ ମାନସିକ ବୃଦ୍ଧି ବିକାଶ ଦିଗକୁ ଦୃଷ୍ଟିରେ ରଖି ଏହି ଶିକ୍ଷା ସମୃଦ୍ଧି କାର୍ଯ୍ୟ କ୍ରମ ଆରମ୍ଭ କାରାଯାଇଛି । ଏହି ଅବସରରେ ୧୦୦ ଜଣ ଛତ୍ରୀ ଛତ୍ରୀ ଙ୍କୁ ଓଡ଼ିଆ, ଇଂରାଜୀ, ଗ୍ରାମାର ଓ ସାଧାରଣ ଜ୍ଞାନ ବୋହି ଦିଆ ଯାଇଛି । ଆଜି ପ୍ରଥମ ଦିନରେ ବିଷମ କଟକ ବ୍ଲକ ର ହଟାମୁନିଗୁଡା ସରକାରୀ ବିଦ୍ୟଳୟ ରେ ଶିକ୍ଷା ସମୃଦ୍ଧି କାର୍ଯ୍ୟକ୍ରମ ଶୁଭ ଆରମ୍ଭ କାରାଯାଇଛି । ପର୍ଯ୍ୟୟକ୍ରମେ ବ୍ଲକର ଥିବା ସମସ୍ତ ବିଦ୍ୟାଳରେ ଆଗାମୀ ଦିନରେ ଶିକ୍ଷା ସମୃଦ୍ଧି କର୍ଯ୍ୟକ୍ରମ କରାଯିବ ବୋଲି ଡିଆରଡିଏ ପ୍ରକଳ୍ପ ଅଧିକାରୀ
ଅମୃତ ଋତୁରାଜ କହିଛନ୍ତି ।



