
ଭୁବନେଶ୍ୱର,୧୧/୧୨(ଆଇ ପି ଆର):ବଜାର ଚାହିଦା ଅନୁଯାୟୀ ହସ୍ତତନ୍ତ ଉତ୍ପାଦଗୁଡିକର ବ୍ୟବସାୟୀକରଣ ପାଇଁ ଏନଆଇଏଫଟି ଏବଂ ସେଣ୍ଟ୍ରାଲ ସିଲ୍କ ବୋର୍ଡ, ବେଙ୍ଗାଲୁରୁର ସହଯୋଗରେ ଏକ ତିନିଦିନିଆ ଡିଜାଇନ୍ ବିକାଶ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୁଣାକାରମାନଙ୍କୁ ରଙ୍ଗ ବିଷୟରେ ଧାରଣା, ବଜାରଧାରା, ବୁଣା ଟେକ୍ସଚର୍ ଓ ଗଠନ ଏବଂ ଡିଜଇନ୍ ଓ ସୋର୍ସିଂ ଉପରେ ତାଲିମ ଦିଆଯାଉଛି।


