Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ତହସିଲ ସମୁଖରେ ଧାରଣା

ତହସିଲ ସମୁଖରେ ଧାରଣା

50

ଖୋର୍ଦ୍ଧା,୧୦/୧୨(ସଞ୍ଜୀବ କୁମାର):ଜଟଣୀ ପୌରପରିଷଦ ଷଣ୍ଡପୁର ମୌଜାରେ ଅସାମାଜିକ ବ୍ୟକ୍ତିଙ୍କ ଉତ୍ପାତ ବଢିବାରେ ଲାଗିଛି । ସରକାରୀ ଜମି ହଡ଼ପ କରି ଲୋକଙ୍କୁ ବିକ୍ରି ହେଉଛି । ତେବେ ଷଣ୍ଡପୁର ଅଞ୍ଚଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା ଗୋଷ୍ଠୀଘର ନିକଟରେ ଅସାମାଜିକଙ୍କ ଆଖଡା ଜମିଛି। ଏ ନେଇ ଜଟଣୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ହୋଇଛି; ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍ l

ଏଣୁ ବୁଧବାର ଜଟଣୀ ଷଣ୍ଡପୁର ମୌଜା ନୂଆସାହିର ମା ସନ୍ତୋଷୀ ସ୍ୱଂସହାୟିକା ମହିଳା ଗୋଷ୍ଠୀର ସଦସ୍ୟମାନେ ତହସିଲ କାର୍ଯ୍ୟାଳୟ ସମୁଖରେ ଗୋଷ୍ଠୀଘର ଉଚ୍ଛେଦ ଦାବି ନେଇ ଧାରଣାରେ ବସିଥିଲେ। ଜବରଦସ୍ତ ଦାଖଲକାରୀଙ୍କୁ ନୋଟିସ ଜାରି କରାଯିବା ୭ ଦିନ ମଧ୍ୟରେ ନଥିପତ୍ର ସହିତ ତହସିଲ କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା କୁହାଯିବା ପରେ ସ୍ୱଂସହାୟିକା ଗୋଷ୍ଠୀର ସଦସ୍ୟମାନେ ଧାରଣା ପ୍ରତ୍ୟାହୃତ କରିଥିଲେ।