
ଖୋର୍ଦ୍ଧା,୧୦/୧୨(ସଞ୍ଜୀବ କୁମାର):ଖୋର୍ଦ୍ଧା ଆଦର୍ଶଥାନା ପୁଲିସ ସମନ୍ତରାପୁର ଅଂଚଳରେ ବେଧଡ଼କଭାବେ ବ୍ରାଉନସୁଗର ବେପାର ଜମଇଥିବା ,ତିନି ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ରାଜସୁନାଖଳାର ସୁଶାନ୍ତ ମାଝୀ ଓ ସାରଥୀ ନାୟକ ଏବଂ ସାମନ୍ତରାପୁର ଅଂଚଳ ସ୍ବପନେଶ୍ୱର ସାହିର ଶ୍ରୀକାନ୍ତ ପରମଗୁରୁ । ସେମାନଙ୍କ ଠାରୁ ପୁଲିସ 264ଗ୍ରାମର ବ୍ରାଉନସୁଗର ଜବତ କରିଛି । ଜବତ ବାଉନସୁଗରର ଆନୁମାନିକ ମୂଲ୍ୟ 26ଲକ୍ଷ ଟଙ୍କା ବୋଲି ଆକଳନ କରିଛି ପୋଲିସ ।
ଏଥିସନ୍ଧିତ ଗୋଟିଏ କେଟିଏମ ବାଇକ୍ ଓଜନ ମେସିନ , ନଗଦା 41 ହଜାର ଟଙ୍କା ଓ ନାଲି ଜରି ସମେତ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି । ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତ ମାନେ ବାଲେଶ୍ବରର ଜଳେଶ୍ୱର ଅଂଚଳରୁ ବାଉନସୁଗର ଆଣି ଏଠାରେ ପ୍ୟାକିଙ୍ଗ କରି ଖୋର୍ଦ୍ଧା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟବସାୟ କରି ମୋଟା ଆଙ୍କର ମୁନାଫା କମାଉଥିଲେ । ତେବେ ସେମାନଙ୍କୁ ପୋଲିସର ସ୍ପେଶାଲ ଟିମ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି
ଅଜେୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି ।





