Sunday, November 15, 2026
Home ଜିଲ୍ଲା ଖୋର୍ଦ୍ଧା ବିଶ୍ୱ ମାନବାଧିକାର ଦିବସରେ କନ୍ୟା ରତ୍ନ ସମ୍ମାନ

ବିଶ୍ୱ ମାନବାଧିକାର ଦିବସରେ କନ୍ୟା ରତ୍ନ ସମ୍ମାନ

48

ଜଟଣୀ ,୧୦/୧୨(ସଂଜୀବ କୁମାର):ମାନବାଧିକାର ଦିବସ ଉପଲକ୍ଷେ ଜଟଣୀ ରାଜା ବଜାର ଠାରେ ଜନ ଅଧିକାର ସଙ୍ଘ ଓଡ଼ିଶା ଶାଖା ପକ୍ଷରୁ ଦୁଇଟି କନ୍ଯା ସନ୍ତାନର ଅଧିକାରୀ ୭୫ଜଣ ପିତାମାତାଙ୍କୁ କନ୍ୟା ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ ବରିଷ୍ଠ ନାଗରିକ ମାନଙ୍କୁ କମ୍ବଳ ବଣ୍ଟନ କରାଗଲା। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଜେପି ନେତ୍ରୀ ଶ୍ରୀମତୀ ରଶ୍ମୀ ମୟୀ ପଟ୍ଟନାୟକ ।

ଏହି ଅବସରରେ ବାଣପୁର ଜେଲର ୱାର୍ଡନ ତମିଉର ରହମାନ,ସମାଜସେବୀ କିଶୋର ଚନ୍ଦ୍ର ପାଇକରାୟ, ନରେନ୍ଦ୍ର ମୁଦୁଲି,ଶିକ୍ଷୟତ୍ରୀ ରଶ୍ମିତା ନାୟକ,ଶାନ୍ତିଲତା ମହାପାତ୍ର,ସାମ୍ବାଦିକ ପ୍ରଦିପ୍ତ କୁମାର ମାର୍ଥା ଓ ଶୁଭେନ୍ଦ୍ର କୁମାର ଶତପଥୀ ଇତ୍ୟାଦିଙ୍କୁ ମାନବାଧିକାର ସମ୍ମାନ ପ୍ରଦାନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ମାନବାଧିକାର କର୍ମୀ ହବିବୁର ରହେମାନ, ବାସୁଦେବ ସେଠୀ, ଗୀତାଞ୍ଜଳି ସେଠୀ, ସଂଜୀବ କୁମାର ଓ ଛବିନ୍ଦ୍ର ଭୁୟାଁ ଇତ୍ୟାଦି ପରିଚାଳନା କରିଥିଲେ।