
ଖୋର୍ଦ୍ଧା,୧୦/୧୨(ସଞ୍ଜୀବ କୁମାର):ଜଟଣୀ ତହସିଲଦାରଙ୍କ ତରଫରୁ ବିଭିନ୍ନ ଅଂଚଳରେ ଚୋରା ପଥର ଖଣି ରେଡ୍ କରାଯାଉଥିବା ବେଳେ ଆଜି ଦେଖିବାକୁ ମିଳିଛି ଏକ ଅଜବ ଘଟଣା। ଆଜି ସକାଳ ପ୍ରାୟ ୭:୩୦ ମିନିଟ ସମୟରେ OD-02-W-3138 ନମ୍ବର ବିଶିଷ୍ଟ ଏକ ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ତରାବୋଇ ବରୁଣେଇ ଘାଟି ରାସ୍ତା ଦେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିବା
ବେଳେ ଆର ଆଇ ସମେତ କିଛି ତହସିଲ କର୍ମଚାରୀ ଏକ ବୋଲେରୋ ରେ ଫଲୋ କରି ଟ୍ରାକ୍ଟର ଟିକୁ ଅଟକାଇ ଜଟଣୀ ତହସିଲକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରାକ୍ଟର ଡ୍ରାଇଭର୍ ଠାରୁ ଫୋନ ଯୋଗେ ଖବର ପାଇ ପଥର ମାଫିଆ ଗ୍ଯାଙ୍ଗ୍ ର ୨୦ ଜଣ ଯୁବକ ୧୦ ଟି ବାଇକ୍ ରେ ଆସି ଘଟଣା ସ୍ଥଳରେ ପହଞ୍ଚି ଜଟଣୀ ତହସିଲ ବୋଲେରୋ ଗାଡିଟିକୁ ବେଲଚା ରେ ବାଡେଇ ବାଡେଇ ଭାଙ୍ଗି ଦେଇଥିଲେ ଏବଂ କର୍ମଚାରୀ ମାନଙ୍କୁ ଭୟଭୀତ କରାଇ ପଥର ବୋଝେଇ ଟ୍ରାକ୍ଟର ଟିକୁ ନେଇ ଚମ୍ପଟ ମାରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଜଟଣୀ ତହସିଲଦାର ପହଞ୍ଚିବା ସହ ଖୋର୍ଦ୍ଧା ଶିଳ୍ପାଂଚଳ ଫାଣ୍ଡିରେ ଏ ବାବଦରେ ଲିଖିତ ଅଭିେଯାଗ କରିଥିଲେ। ଟ୍ରାକ୍ଟର ନମ୍ବରରୁ ଗାଡିଟି ଖୋର୍ଦ୍ଧା ଜକରା ଅଂଚଳର ଶିବ ପ୍ରସାଦ ପଟ୍ଟନାୟକଙ୍କ ର ବୋଲି ଜଣା ପଡିଛି।





