
ବାଲିଗୁଡା,୧୧/୧୨ ( ସୁକାନ୍ତ କୁମାର ତ୍ରିପାଠୀ): ସାଂସଦ ଡ.ଅଚ୍ୟୁତ ସାମନ୍ତ ଗୁରୁବାର ଦିନ ତୁମୁଡିବନ୍ଧ ଓ ବାଲିଗୁଡା ଗ୍ରସ୍ଥରେ ଆସିଥିଲେ | ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ ଙ୍କ ନେତୃତ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇ ଥିଲା | ମୁଣ୍ଡୀଗଡ଼ ପଂଚାୟତ ର ଖମଣପଡା ର ଆଦିବାସି ଘରେ ଭାତ ଓ ଶାଗ ଭଯା ଖାଇଥିଲେ |
ଆଜି ସନ୍ଧ୍ୟାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ବାଲିଗୁଡା ଆସି ବିଜେଡି କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ | ଦଳର ନୂତନ କର୍ମକର୍ତା ସୁଜିତ ପାଳ, ରଞ୍ଜନ ନାୟକ, ସେକ ସୋନୁ, ଅବନୀ ନାୟକ ପ୍ରଭୁତି ସମ୍ବଦ୍ଧନା କରିଥିଲେ |NAC ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଙ୍କ ସହ ବାଲିଗୁଡା ସହର ର ଉର୍ଣ୍ଣତି କରଣ ନିମନ୍ତେ କଣ କଣ ପଦକ୍ଷପ ନିଆଯାଇଛି ସେ ଉପରେ ଆଲୋଚନା କରିଥିଲେ |







