Monday, November 16, 2026
Home ଆଞ୍ଚଳିକ ଅଫୁଟା ବାଣ ଫୁଟି ବାଳକ ଗୁରୁତର

ଅଫୁଟା ବାଣ ଫୁଟି ବାଳକ ଗୁରୁତର

41

ବେଗୁନିଆପଡା:୧୦/୧୨(ଦେବାଶିଷ ମହାରଣା):ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବଡ଼ ଖଇରୀଖମା ପଞ୍ଚାୟତରେ ଅଫୁଟା ବାଣ ରୁ ଅଘଟଣ ଘଟି ଜଣେ ବାଳକ ଗୁରୁତର ହୋଇଛି | ସୂଚନା ଅନୁଯାୟୀ ଗ୍ରାମର ଜଣେ ଯୁବକ ଙ୍କ ବାହାଘର ସରିଥିଲା | ବାହାଘର ରେ ବ୍ୟବହୃତ କିଛି ବାଣ ଅଫୁଟା ଅବସ୍ଥାରେ ପଡି ରହିଥିଲା | ପିଲାଟି ସେ ଅଫୁଟା ବାଣ ସହିତ ଖେଳୁଥିବା ଅବସ୍ଥାରେ ବାଣ ଟି ହାତରେ ଫୁଟି ଯାଇ ହାତ ଟି ପ୍ରାୟତଃ ନଷ୍ଟ ହୋଇଯାଇଛି | ବର୍ତ୍ତମାନ ବାଳକ ଟି ବ୍ରହ୍ମପୁର ସ୍ଥିତ ଏମ କେ ସି ଜି ରେ ଚିକିତ୍ସା ହେଉଛି |ଏଠାରେ ପ୍ରଶ୍ନ ଉଠୁଛି କୋଭିଡ କଟକଣା ଥିବା ସତ୍ୱେ ବାହାଘର ରେ ଜୈନକ ଯୁବକ କେମିତି ବାଣ ରୋଷଣୀ ରେ ବାହାଘର କରିଥିଲେ ନା ପ୍ରଶାସନ ଜାଣି ଶୁଣି ନିରବ ଥିଲା | ବାଳକ ର ଚିକିତ୍ସା ଜନିତ ଖର୍ଚ୍ଚ କରିବ କିଏ, ଯଦି ବାଳକ ଟି ର କିଛି ଅସୁବିଧା ହୁଏ ଦାୟୀ କିଏ ରହିବ ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି |