Thursday, November 12, 2026
Home ଆଞ୍ଚଳିକ କ୍ୟାନ୍ସର ପୀଡିତାଙ୍କୁ ଭେଟି ସହାୟତାର ହାତ ବଢ଼ାଇଲେ ବିଧାୟିକା

କ୍ୟାନ୍ସର ପୀଡିତାଙ୍କୁ ଭେଟି ସହାୟତାର ହାତ ବଢ଼ାଇଲେ ବିଧାୟିକା

19

ବେଗୁନିଆପଡା,୦୯/୧୨,(ଦେବାଶିଷ ମହାରଣା):କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ବ୍ଲକ ବଡଖଇରଖମା ପଞ୍ଚାୟତର ବଡଖଇରଖମା ଗ୍ରାମରେ କ୍ୟାନ୍ସର ପୀଡିତାଙ୍କୁ ଭେଟିଲେ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ | ଉକ୍ତ ଗ୍ରାମର ବିଜୟ ଜେନାଙ୍କ ଝିଅ ଅଭାଗିନୀ କ୍ୟାନ୍ସରରେ ପୀଡିତ ହୋଇ ଅର୍ଥ ଅଭାବରୁ ଚିକିତ୍ସା କରିପାରିନଥିବା ଜାଣି ପରିବାରକୁ ଭେଟିଲେ ବିଧାୟିକା | ବିଧାୟିକା ମହୋଦୟା ପହଂଚି ବିଜୟ ଜେନାଙ୍କ ପରିବାରକୁ ଆଶ୍ୱାସନା ଦେବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ | ମେଡିକାଲ ଜନିତ ଉତ୍ତମ ଚିକିତ୍ସା ଯୋଗାଇ ଦେବା ସହ ସମସ୍ତ ସହଯୋଗ କରିବା ନେଇ ବିଧାୟିକା ପ୍ରତିଶୃତି ଦେଇଥିଲେ |