Wednesday, October 14, 2026
Home ଜିଲ୍ଲା କନ୍ଧମାଳ ଦାରିଙ୍ଗବାଡିରେ ଇକୋ ରିଟ୍ରିଟ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ

ଦାରିଙ୍ଗବାଡିରେ ଇକୋ ରିଟ୍ରିଟ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ

119

ବାଲିଗୁଡା,୦୯/୧୨(ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲ୍ଲା ରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ ପାଇଁ ନୂତନ ଭାବେ ଆରମ୍ଭ ହୋଇଥିବା ଦାରିଙ୍ଗବାଡିରେ ଇକୋ ରିଟ୍ରିଟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ଆଜି ଶୁଭାରମ୍ଭ କରିଛନ୍ତି |ଦାରିଙ୍ଗବାଡି ଇକୋ ରିଟ୍ରିଟର ଶୁଭାରମ୍ଭ ସମୟରେ କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ, ଜିଲ୍ଲାପାଳ ଡ ବୃନ୍ଦା ଡି, ଏସପି ଭିନୀତ ଅଗ୍ରୱାଲ,କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାକ୍ଷା ପ୍ରଧାନ, ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଏକ ନୂତନ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି | ଏହି ଇକୋ ରିଟ୍ରିଟରେ ୨୫ଟି ତମ୍ବୁରେ ଶୀତ ତାପ ନିୟନ୍ତ୍ରଣ କକ୍ଷ ରହିଛି |

ସେଥିରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପଞ୍ଚତାରକା ହୋଟେଲର ସୁବିଧା ବ୍ୟବସ୍ଥା ରହିଛି ଯାହାର ମୂଲ୍ୟ ନଅ ହଜାର ଚାରିଶ ଚାଳିଶି ଟଙ୍କା ରହିଛି | ପର୍ଯ୍ୟଟକ ମାନେ ଅନଲାଇନ ମାଧ୍ୟମରେ ବୁକ କରି ପାରିବେ | ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଡ଼ିସେମ୍ବର ନଅ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ଅଠେଇଶ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଚାଲୁ ରହିବ ବୋଲି ଶୁଣିବାକୁ ମିଳୁଛି |