
ଜଟଣୀ,୦୯/୧୨(ସଞ୍ଜୀବ କୁମାର): ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟମାନ୍ୟତା ଦେବାଲାଗି ଜଗତସିଂହପୁର ଜିଲାର ଜଣେ ବ୍ୟକ୍ତି ରାଜ୍ୟସାରା ପଦଯାତ୍ରା ଆରମ୍ଭ କରିଥିବା ବେଳେ ବୁଧବାର ପୁର୍ବାହ୍ନରେ ଜଟଣୀ ପହଁଚି ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉକ୍ତ ବ୍ୟକ୍ତିଙ୍କୁ ସେଠାରେ ଜଟଣୀ ମାନବଧୀକାର କର୍ମିର ସଦସ୍ୟମାନେ ସ୍ୱାଗତ କରିଛନ୍ତି । ଯୁବ ସମାଜସେବୀ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଅଂଚଳର ସତ୍ୟବ୍ରତ ଦାସ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାଲାଗି ରାଷ୍ଟ୍ରପତିଙ୍କ ଉଦ୍ୟେଶ୍ୟରେ ସ୍ମାରକପତ୍ର ପ୍ରଦାନକରି ଏକଭିନ୍ନ ଧରଣର ପ୍ରତିବାଦ ଆରମ୍ଭ କରିଛନ୍ତି ।
ଏନେଇ ଜଟଣୀ ସହରରେ ସତ୍ୟବ୍ରତଙ୍କୁ ଭୂରିଭୂରି ପ୍ରସଂଶା କରାଯିବା ସହିତ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଛି । ସତ୍ୟବ୍ରତ ଏହି ପଦଯାତ୍ରା ଯାଜପୁରଜିଲା ବଡଚଣା ବ୍ଲକଠାରୁ ୨୦୧୯ମସିହା ଜୁଲାଇ ୧୦ତାରିଖରୁ ଆରମ୍ଭ କରିଥିଲେ । ରାଜ୍ୟର ୩୧୪ବ୍ଲକ ଯାଇ ବିଡିଓମାନଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ୟେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ସତ୍ୟବ୍ରତ ବର୍ତମାନସୁଧା ୫୧୯ ଦିନରେ ୨୯୧ ବ୍ଲକରେ ପର୍ହଚି ୮୯୦୦ର୍କି:ମି ଅତିକ୍ରାନ୍ତ କରିଛନ୍ତି ବୋଲି କହିଛନ୍ତି । ଆଗାମୀ ୨୦୨୧ମସିହା ଜାନୁୟାରୀ ୨୩ତାରିଖ ନେତାଜୀ ଜୟନ୍ତୀ ଅବସରରେ ଏହି ଯାତ୍ରାର ସମାପନ କରିବେ ବୋଲି କହିଛନ୍ତି । ଏହି ଅବସରରେ ଆଜି ପୁର୍ବାହ୍ନ ୧୦ଟାରେ ଜଟଣୀ ବ୍ଲକରେ ପହଁଚି ବିଡିଓ ସରୋଜ କୁମାର ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମାତ୍ର ସେଠାରେ ଉପସ୍ଥିତଥିବା ଜଟଣୀ ମାନବଧୀକାର ସଂଗଠନର କର୍ମକର୍ତା ବାସୁଦେବ ସେଠୀ, ସଞ୍ଜୀବ କୁମାର ଓ ହବିବୁର ରେହେମାନ ପ୍ରମୁଖ ସତ୍ୟବ୍ରତଙ୍କୁ ଉତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଦେଇଥିଲେ ।




