Tuesday, October 20, 2026
Home ଅପରାଧ ରାୟଗଡା ଜିଲ୍ଲାରେ ରତ୍ନ ପଥର ମାମଲା ରେ ବିଜେଡି ସାଂସଦ ବିଧାୟକ ମନ୍ତ୍ରୀ ଙ୍କ ...

ରାୟଗଡା ଜିଲ୍ଲାରେ ରତ୍ନ ପଥର ମାମଲା ରେ ବିଜେଡି ସାଂସଦ ବିଧାୟକ ମନ୍ତ୍ରୀ ଙ୍କ ତଦନ୍ତ ସି ବି ଆଇ କୁ ଦେବା ସହ ତୁରନ୍ତ ପଦପଦବୀ ରୁ ବହିସ୍କୃତ କରିବାକୁ ଦାବି କଲା ବିଜେପି

62

ବିଷମ କଟକ,୦୯/୧୨(ପ୍ରସନ୍ନ କୁମାର ପଣ୍ଡା):ଆଜି ରାୟଗଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଏକ ପ୍ରେସ ମିଟ କରି ରତ୍ନ ପଥର ରେ ସମ୍ପୃକ୍ତି ଥିବା ବିଜେଡି ନେତା ଙ୍କୁ ସିଧା ପ୍ରହାର କରିଛନ୍ତି ଶିବ ଉଲାକା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତୁରନ୍ତ ରାୟଗଡା ଜିଲ୍ଲାରେ ରତ୍ନ ପଥର ଚୋରା ଚାଲାଣ ମାମଲା ରେ ସମ୍ପୃକ୍ତି ଥିବା ଆଦିବାସୀ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ, ଜିଲ୍ଲା ବିଜେଡି ତଥା ରାଜ୍ୟ ବିଜୁ ସ୍ଵାସ୍ତ୍ୟ ଉପଦେଷ୍ଟା ସୁଧୀର ଦାସ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ପୁର୍ବତନ କୋରାପୁଟ ସାଂସଦ ଜିନ ହିକକା ଙ୍କ ସହ ବହୁ ଟପ ବିଜେଡି ମନ୍ତ୍ରୀ ବିଧାୟକ ଙ୍କୁ ପଦପଦବୀ ରୁ ବହିଷ୍କାର କରିବା ସହ ସି ବି ଆଇ ତଦନ୍ତ କରାଯାଉ ବୋଲି ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶିବ ଉଲ୍ଲାକା ଦାବି କରିଛନ୍ତି ଗୋଟିଏ ପଟେ ନବୀନ ପଟନାୟକ ନିଜ କୁ ଏବଂ ବିଜେଡି କୁ ନିର୍ମଳ ସ୍ୱଚ୍ଛ କହୁ ଥିବା ବେଳେ ଏମାନେ କିପରି ରତ୍ନ ପଥର ଚୋରା ଘଟଣାର ମୁଖ୍ୟ ଅଭିଯୁକ୍ତ

ଜିତେନ୍ଦ୍ର ବେହେରା ଙ୍କ ସହ ସାମିଲ ଅଛନ୍ତି ଏବଂ ଅଭିଯୁକ୍ତ ଜିତେନ୍ଦ୍ର ଜଣେ ବିଜେଡି ର ଟାଣୁଆ ନେତା ଥିବା ସ୍ପର୍ଶ ଜଣା ପଡୁଛି ଯଦି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଜନ ବିରୋଧୀ ବୋଲି ଦଳରୁ ବହିଷ୍କାର କରାଗଲା ତେବେ ଏମାନଂକୁ କାହିଁକି ଖୋଦ ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଉ ଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି ଯଦି ଏମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଜିଲ୍ଲା ବିଜେପି ତରଫରୁ ଆଗାମୀ ଦିନ ରାଜ ରାସ୍ତା କୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ଶିବ ଉଲାକା ଅନ୍ୟ ମାନଙ୍କ ମଧ୍ୟରେ ରାୟଗଡା ବିଧାୟକ ପ୍ରାଥୀ ବସନ୍ତ ଉଲାକା , ନଗର ସଭାପତି ଶ୍ୟାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।