
ଗଞ୍ଜାମ,୦୯/୧୨(ପ୍ରଦୀପ କୁମାର ସାହୁ):ଗଞ୍ଜାମ ବ୍ଲକ ପାଲୁରୁ ଜଙ୍ଗସନ ଠାରେ କୃଷି ଆଇନକୁ ବିରୋଧ କରି ସମଗ୍ର ଦେଶରେ ଚାଲିଥିବା ଭାରତ ବନ୍ଦ ଆନ୍ଦୋଳନ କୁ ସମର୍ଥନ କରି ଗଞ୍ଜାମ ବ୍ଲକ ଆତ୍ମାର ସଭାପତି ଚନ୍ଦ୍ର ଶେଖର ନାହାକ ଙ୍କ ନେତୃତ୍ୱରେ ବନ୍ଦ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶାନ୍ତିପୁର୍ଣ ଆନ୍ଦୋଳନରେ ବିଭିନ୍ନ ଦଳର କର୍ମକର୍ତ୍ତା,ଶିକ୍ଷକ ନେତା ,ଶ୍ରମିକ ଓ ସାଧାରଣ ଜନତା ସାମିଲ ହୋଇଥିଲେ।ଏହାକୁ ସମର୍ଥନ କରି କୃଷକ ମାନେ ଜାତୀୟ ରାଜପଥ ୧୬କୁବନ୍ଦ ରଖିବା ସଂଗେ ସଙ୍ଗେ ବିଭିନ୍ନ ବକ୍ତା ନିଜ ନିଜର ମତ ପ୍ରକାଶ କରିଥିଲେ। ଏହି ଆନ୍ଦୋଳନରେ କୃଷକ ନେତା ଶରତ ଚନ୍ଦ୍ର ପଟନାୟକ,ବିଜୟ କିମାର ବିଶ୍ୱାଳ,ଗୋବର୍ଦ୍ଧନ ପ୍ରଧାନ,କେ.ନିରଞ୍ଜନ ପ୍ରଧାନ,ଦେବରାଜ ବେହେରା,ରବୀନ୍ଦ୍ର କୁମାର ସାହୁ,ପ୍ରଶାନ୍ତ କୁମାର ସ୍ୱାଇଁ,ଲିଙ୍ଗରାଜ ସାହୁ,କହ୍ନେଇ ନାୟକ,ବାନମ୍ବର ନୟକ, ପ୍ରହ୍ଲାଦ ନାୟକ,ହାଡୁବନ୍ଧୁ, ବେହେରା,ଦୁର୍ଗା ଚରଣ ବେହେରା,ନଗେଶ୍ୱର ବିଶ୍ୱାଳ,ବିକ୍ରମ ପଲାଇ,
କାଶୀନାଥ,ଜେନା,କୈଳାସ ଜେନା,ଅର୍ଜୁନ ମହାଙ୍କଡ଼,ଦିଲୀପ ସାହୁ,ସୁଦର୍ଶନ ସାହୁ,କାଶି ଦାସ ପ୍ରମୁଖ ଯୋଗ ଦେଇଥିଲେ।ସାମାଜିକ ଦୂରତା ରକ୍ଷାକରି ଶାନ୍ତିପୂର୍ଣ ବନ୍ଦ ପାଳନ କରାଯାଥିଲା।ଏଠି ପୂର୍ବରୁ କୃଷକ ମାନଙ୍କ ଦ୍ୱାରା ଏକ ଶାନ୍ତିପୁର୍ଣ ଶୋଭାଯାତ୍ରା କରାଯାଇଥିଲା।


