
ଗଂଜାମ,୦୯/୧୨(ପ୍ରଦୀପ କୁମାର ସାହୁ):ପ୍ରାପ୍ତ ଖବରରୁ ପ୍ରକାଶଯେ, ପୂର୍ବତଟ ରେଳପଥର ଫାଲକନାମା ଦ୍ରୁତଗାମୀ ଟ୍ରେନ (୦୨୭୦୩)ରୁ ସୋମବାର ଦିନ ଅପରାହ୍ନରେ ରମ୍ଭା ଷ୍ଟେସନ ନିକଟ, କନକା ଲେବଲ କ୍ରସିଂ ପାର୍ଶ୍ୱରୁ ଏକ ଯୁବତୀର ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି। ଖବର ନେବାରେ ଜଣାପଡିଛିଯେ, ମୃତ ଯୁବତି ସରିତା ସାହୁ (୨୩), ପିତା – ଶରତ କୁମାର ସାହୁ, ଥାନା ବାଲିଚନ୍ଦ୍ର ପୁର ଗ୍ରାମ, ପଣସୁଧା, ଜିଲ୍ଲା ଯାଜପୁର ର ବୋଲି ଜଣାପଡିଛି। ଅନୁସନ୍ଧାନରୁ ଜଣାଯାଇଛି ଯେ, ମୃତ ଯୁବତୀ ଜଣଙ୍କ ଭୁବନେଶ୍ବର ରୁ ଟ୍ରେନ ରେ ଚଢ଼ି ବିଶାଖାପାଟଣା ଅଭିମୁଖେ ବି ଏଡ଼ ପରିକ୍ଷା ପାଇଁ ଲକ୍ଷ ରଖି ଗ୍ରସ୍ଥ କରୁଥିବା ସମୟରେ ଟ୍ରେନ ବଗିର ବାଥରୁମରୁ ଫେରୁଥିବା ବେଳେ କୌଣସି କାରଣ ବସତ ଖସିପଡିଥିବା ଉପସ୍ଥିତ ଯାତ୍ରୀ ଙ୍କ ଠାରୁ ପ୍ରକାଶ। ଖବର ପାଇ ବ୍ରହ୍ମପୁର ଆରପିଏଫ ପହଞ୍ଚି ଯୁବତୀଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।



