Thursday, October 15, 2026
Home ଜିଲ୍ଲା କନ୍ଧମାଳ ପାନୀୟ ଜଳ ପାଇଁ ବିକଳ ଅଞ୍ଚଳବାସୀ

ପାନୀୟ ଜଳ ପାଇଁ ବିକଳ ଅଞ୍ଚଳବାସୀ

63

ବାଲିଗୁଡା,୦୯/୧୨(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ରେ ସରକାର ବସୁଧା ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବାକୁ ଚେଷ୍ଟା କରୁଥିବାବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଳକର ପିକରବାଡି ପଞ୍ଚାୟତ ସ୍ଥିତ ପାଙ୍ଗା ବିଦୁଙ୍ଗିଆ ଗ୍ରାମରେ ଦୀର୍ଘ ୧୦ ମାସରୁ ଉର୍ଦ୍ଧ୍ବ ହେବ ପାନୀୟ ଜଳ ପାଇଁ ଲୋକଙ୍କୁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି | ସ୍ଥାନୀୟ ସରପଞ୍ଚ ଗୋକୁଳାନନ୍ଦ ପ୍ରଧାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ପାଖକୁ ଦୌଡିଦୌଡି ନୟାନ୍ତ ହେଲେ ନିର୍ମିତ ସୋଲାର ପମ୍ପ ଜନସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇନାହିଁ ବୋଲି କହିଥିଲେ।ତେବେ ଜନସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ନାରାୟଣ ନାୟକଙ୍କ ସେ କହିଛନ୍ତି ଯେ, ଏହା ୨୦୧୪-୧୫ ଆର୍ଥିକ ବର୍ଷରେ ନିର୍ମିତ ହୋଇଥିଲା, ଏଯାବତ ନିର୍ମାଣକାରୀ ସଂସ୍ଥା ଉକ୍ତ ସୋଲାର ପମ୍ପକୁ ଜନସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରିନାହିଁ ଓ ଏହାର ମେଣ୍ଟେନାନ୍ସ ପାଇଁ ୫ ବର୍ଷ ରହିଥିବାବେଳେ ଏବେ ସେ ଅବଧି ମଧ୍ୟ ସରିଯାଇଛି।ତେବେ ବର୍ତ୍ତମାନ କଥା ଉଠୁଛି ଯେ, ଯଦି ଏହା ବିଭାଗକୁ ହସ୍ତାନ୍ତର ହୋଇନାହିଁ ଓ ମେଣ୍ଟେନାନ୍ସ ଦିନ ସରିଯାଇଛି, ତେବେ ତାହା ଆଉ ନିର୍ମାଣ ହେବ କି ନାହିଁ ଆଉ ଯଦି ହେବ ତେବେ କେବେ? ଏ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଥିଲେ ଯେ, ମୁଁ ପାଙ୍ଗା ବିଦୁଙ୍ଗିଆ ଗ୍ରାମକୁ ଯାଇ ସୋଲାର ପମ୍ପ ମୋଟରଟି ଖରାପ ହୋଇଥିବା ଦେଖିଛି ।ଖୁବଶୀଘ୍ର ତାହା ତିଆରି କରାଯିବ ।ଉକ୍ତ ଗ୍ରାମରେ ପ୍ରାୟ ୨୫୦ ରୁ ୩୦୦ ଲୋକ ବାସ କରୁଥିବାବେଳେ ଲୋକ ପ୍ରତିନିଧି ଓ ପ୍ରଶାସନିକ ସ୍ତରରେ ସମନ୍ବୟ ରକ୍ଷା କରି କେତେ ଶୀଘ୍ର ଅଞ୍ଚଳବାସୀଙ୍କୁ ପାନୀୟ ଜଳ ତୁରନ୍ତ ଯୋଗାଇ ଦେବାରେ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା।