Sunday, October 11, 2026
Home ଜିଲ୍ଲା କନ୍ଧମାଳ ଗୋଛାପଡା ଅଂଚଳରୁ ଗଞ୍ଜେଇ ଜବତ ଖେଳଣା ବନ୍ଧୁକ ସହ ଜଣେ ଗିରଫ

ଗୋଛାପଡା ଅଂଚଳରୁ ଗଞ୍ଜେଇ ଜବତ ଖେଳଣା ବନ୍ଧୁକ ସହ ଜଣେ ଗିରଫ

71

ବାଲିଗୁଡା,୦୯/୧୨(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅଧିକାରୀ ବିଶେଷ ସୁତ୍ରରୁ ଖବର ପାଇ ବାଲନ୍ଦାପଡାର ବୁନ୍ଧୁଲି ଛକ ନିକଟରେ ଏକ ମହିନ୍ଦ୍ରା ଭେରୀଟୋ ଗାଡିକୁ ଅଟକାଇ ଯାଞ୍ଚ କରି ଥିଲେ। ଯାଞ୍ଚ ବେଳେ ଗାଡିରୁ ଏକ ଖେଳଣା ବନ୍ଧୁକ ସହ 28 କେଜି ଗଞ୍ଜେଇ ,ନଗଦ ୩ଲକ୍ଷ ୪୨ ହଜାର ଟଙ୍କା, ୩ଟି ଏଟିଏମ କାର୍ଡ, ଗୋଟିଏ କାରକୁ ଜବତ କରିବା ସହ ଜଣକୁ ଗିରଫ କରିଛି ଗୋଛପଡା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଗୋଛାପଡା ଥାନା ବାଘଡଙ୍ଗରି ଅଞ୍ଚଳର ଦୁଃଖୀଶ୍ୟାମ ଦିଗାଲ ବୋଲି ଜଣାପଡିଛି । ଏ ସବୁ ସାମଗ୍ରୀକୁ ପୋଲିସ ଜବତ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ସୂଚନା ଦେଇଛନ୍ତି ।