Sunday, October 11, 2026
Home ଆଞ୍ଚଳିକ ନୂତନ ଟ୍ରାଫିକ୍ ନିୟମକୁ ନେଇ ଗଜପତି ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ

ନୂତନ ଟ୍ରାଫିକ୍ ନିୟମକୁ ନେଇ ଗଜପତି ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ

36

ପାରଳାଖେମୁଣ୍ଡି,୨୫/୯(ପ୍ରଭାତ କୁମାର ପାତ୍ର) :  ନୂତନ ଟ୍ରାଫିକ୍ ନିୟମକୁ ନେଇ ଗଜପତି ଜିଲ୍ଲା ପୋଲିସ ଏବଂ ଇଣ୍ଡିଆନୟ ୟୁଥଆସୋସିଏସନଙ୍କ ମିଳିତ ଆନୁକୂଲ୍ୟରେ ଏକ ଅଭାବନୀୟ ଢଙ୍ଗରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଫାୟର ଷ୍ଟେସନ ଛକ ଠାରେ ଟ୍ରଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଚାବି ରିଙ୍ଗ ସହ ଷ୍ଟିକର ଏବଂ ପଇଡ ଦେଇ ମୁଁବି ମାଗୁଛି ଟ୍ରଫିକ ନିୟମ ,ଆପଣ ମଧ୍ୟ ମାନନ୍ତୁ କହି ଜନସାଧାରଣଙ୍କୁ ସଚେତନ କରାଇଥିଲେ।

ଗାଡିଚାଳକ ମାନଙ୍କୁ ଇଣ୍ଡିଆନ ୟୁଥ ଏସୋସିଏସନ ପକ୍ଷରୁ ଚାବି ରିଙ୍ଗ ଗାଡି ଷ୍ଟିକର ଆଦି ଦେଇଥିଲେ। ସେହିପରି ଗଜପତି ପୋଲିସ ପକ୍ଷରୁ ଯେଉଁ ମାନେ ଟ୍ରଫିକ ନିୟମ ମାନି ଗାଡି ଚଳାଉଥିଲେ ସେମାନଙ୍କୁ ପଇଡ ଦେଇ ଉସ୍ରାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ବାପି ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ଏସଡିପିଓ ଠାକୁର ପ୍ରସାଦ ପାତ୍ର ,ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସି-ଟିମ,ୟୁଥ ସଂଗଠନ ଜନ ସମ୍ପର୍କ ଅଧିକାରୀ ଆଦିତ୍ୟ ସାମଲ, ପାରଳାଖେମୁଣ୍ଡି ମହିଳା ମହାବିଦ୍ୟାଳୟ ଛାତ୍ରୀ ମାନେ ଗଜପତି ପୋଲିସ କର୍ମଚାରୀ ମାନେ ଏହି ସଚେତନତା କାର୍ଯ୍ୟକ୍ରମ ଯୋଗଦେଇଥିଲେ। ଗଜପତି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମକୁ ଗଜପତି ପୋଲିସ ଓ ଇଣ୍ଡିଆନ ୟୁଥ ଏସୋସିଏସନକୁ ପ୍ରଶଂସା କରିଥିଲେ।