
ବ୍ରହ୍ମପୁର,୦୯/୧୨(ଲକ୍ଷ୍ମୀନାରାୟଣ ମିଶ୍ର/ବିଜୟ କୁମାର ଗୌଡ଼): ହରଡା ଖଣ୍ଡି ନିକଟରେ ଥିବା ଆନନ୍ଦ ନଗରରେ ଜଣେ ବୃଦ୍ଧା ସାତଦିନ ହେଲା ଅତି ଅସହାୟ ଅବସ୍ଥାରେ ରହୁଥିଲେ ହେଲେ କିଛି ଦିନ ହେଲା ସେ କିଛି ଖାଇବା ପାଇଁ ପାଇ ନ ଥିଲେ ଫଳରେ ସେ ଅସୁସ୍ଥ ହୋଇପଡିଥିଲା |
ଏହା ଦେଖି ସ୍ଥାନୀୟ କିଛି ଲୋକ ସମାଜ ସେବୀ ତଥା କାହ୍ନା ଚାରିଟେବୁଲ ମୁଖ୍ୟ ରଞ୍ଜନା ମିଶ୍ର ଯୋଗାଯୋଗ କରଥିଲେ ଖବର ପାଇ ସଙ୍ଗେ ସଙ୍ଗେ ତାଙ୍କ ଟିମ ସହ ସେଠାରେ ପହଂଚି ପ୍ରଥମେ କିଛି ଖାଇବାକୁ ଦେଇଥିଲେ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଏମ କେ ସି ଜି ମେଡିକାଲ ନେଇ ଚିକିତ୍ସା କରାଇଥିଲେ |
ବର୍ତମାନ ସେ ଧୀରେ ଧୀରେ ସୁସ୍ଥ ଅନୁଭବ କରୁଛନ୍ତି ଅନ୍ୟ ମାନଙ୍କ ମଧ୍ୟରେ ଟିମରେ ମନମୋହନ ଚୌଧୁରୀ, ବିଶ୍ୱନାଥ ପାତ୍ର, ସସ୍ମିତା ମିଶ୍ର, ସୌମ୍ୟରଂଜନ ମହାପାତ୍ର, କଳ୍ପନା ନାୟକ, ତନ୍ମନl ନାୟକ, ସୁରଜ ସୁବୁଦ୍ଧି ଉପସ୍ଥିତ ଥିଲେ |






