
ବେଗୁନିଆପଡା:09/12(ଦେବାଶିଷ ମହାରଣା):ଖଲ୍ଲିକୋଟ ରେଞ୍ଜ ଅନ୍ତର୍ଗତ ସୁମଣ୍ଡଳ ବିଟ,ବୁରୁଝରୀ ଠାରେ ଏକ ହରିଣ ଛୁଆ କୁ ଉଦ୍ଧାର କରି ଖଲ୍ଲିକୋଟ ହରିଣ ପାର୍କ ରେ ଛଡ଼ାଯାଇଛି | ସୂଚନା ଅନୁସାରେ ଏକ ହରିଣ କୌଣସି କାରଣ ବଶତଃ ଜଙ୍ଗଲ ରୁ ଆସି ବୁରୁଝରୀ ନିକଟସ୍ଥ ବିଦ୍ୟାଳୟ ରେ ରହିଯାଇଥିଲା ବେଳେ ସାମାନ୍ୟ ଆହତ ଅଛି | ସ୍ଥାନୀୟ ଯୁବକ ପ୍ରହଲ୍ଲାଦ ମହାନ୍ତି ଏବଂ ମୁନା ନାୟକ ବନ ବିଭାଗ କୁ ଖବର ଦେଇଥିଲେ | ସୁମଣ୍ଡଳ ବନ ରକ୍ଷୀ ସୁଜାତା ସାହୁ ପହଂଚି ହରିଣ କୁ ଉଦ୍ଧାର କରିବା ସହ ଖଲ୍ଲିକୋଟ ରେଞ୍ଜ କୁ ସ୍ଥାନାନ୍ତର କରିଥିବା ଜଣାପଡିଛି | ହରିଣ ଟି ର ଚିକିତ୍ସା କରି ପାର୍କ ରେ ଛଡ଼ାଯିବ ବୋଲି ଜଣାପଡିଛି |


