Saturday, November 14, 2026
Home ଆଞ୍ଚଳିକ କୃଷକ ମାରଣ ନୀତି ବିରୁଦ୍ଧରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବିକ୍ଷୋଭ

କୃଷକ ମାରଣ ନୀତି ବିରୁଦ୍ଧରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ବିକ୍ଷୋଭ

25

ବେଗୁନିଆପଡା:08/12, (ଦେବାଶିଷ ମହାରଣା):ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଋଷିକୁଲ୍ୟା ରୟତ ମହାସଭା ବେଗୁନିଆପଡା ଶାଖା ତରଫରୁ ବିକ୍ଷୋଭ କରାଯାଇଛି | ସଂଗଠନ ର ସମ୍ପାଦକ ଶ୍ରୀ ଭାସ୍କର ନାୟକ ଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ର ସହିତ ଚାଷୀ ବିରୋଧୀ ଆଇନ କୁ ପ୍ରତ୍ୟାହାର ପାଇଁ ବେଗୁନିଆପଡା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ବେଦବର ପ୍ରଧାନ ଙ୍କ ଜରିଆରେ ଓଡିଶା ର ମୁଖ୍ୟମନ୍ତ୍ରୀ ଉଧେଶ୍ୟରେ ତିନି ଟି କୃଷି ବିରୋଧୀ ଆଇନ ଓ ଚଉଦ ଦଫା ଦାବିପତ୍ର ପ୍ରଦାନ କରାଯାଇଛି |ଏହା ସହିତ ସଙ୍ଘ ତରଫରୁ ବେଗୁନିଆପଡା ବଜାର ପରିକ୍ରମା କରି ଦୋକାନ ବଜାରକୁ ବନ୍ଦ କରାଯାଇଥିଲା |ଆନ୍ଦୋଳନରେ ସଭା ର ସଭାପତି ଜୋହନ ସ୍ୱାଇଁ, ସମ୍ପାଦକ ଶ୍ରୀ ଭାସ୍କର ନାୟକ, ଆବାହକ ନବକୃଷ୍ଣ ସ୍ୱାଇଁ, କୋଷାଧକ୍ଷ ନାରାୟଣ ସେଠି, କମଳା ନାହାକ, ଯଶୋଦା ନାହାକ, ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ର ସଭାପତି ସତ୍ୟବାଦୀ ସ୍ୱାଇଁ ଯୋଗ ଦେଇଥିଲେ |ଏହି ଆନ୍ଦୋଳନ ରେ ବିଭିନ୍ନ ଜାଗାରୁ 500 ରୁ ଉର୍ଦ୍ଧ କୃଷକ ସାମିଲ ହୋଇଥିଲେ | ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବେଗୁନିଆପଡା ପୋଲିସ ଫାଣ୍ଡି ପକ୍ଷରୁ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ବ୍ୟାପକ ସୁରକ୍ଷା ଜନିତ ପଦକ୍ଷେପ ନେଇଥିଲେ |