Sunday, November 15, 2026
Home ଜିଲ୍ଲା ଗୁଣୁପୁରରେ ଭାରତ ବନ୍ଦର ପ୍ରଭାବ

ଗୁଣୁପୁରରେ ଭାରତ ବନ୍ଦର ପ୍ରଭାବ

36

ଗୁଣୁପୁର,୦୯/୧୨(ରାମନାଥ ମହାନ୍ତି):ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ରେ ଆଜି ଦେଶ ବ୍ୟାପି ଚାଲିଥିବା ଭାରତ ବନ୍ଦକୁ ସମର୍ଥନ କରି AICCTU,AISA, AIALAଏବଂ AIKMS ,CPI(ML) ବାମପନ୍ଥୀ ଦଳ ଗୁଡିକ କେନ୍ଦ୍ର ସରକାରଙ୍କ ଦ୍ୱାରା ଆସିଥିବା କୃଷକ ବିରୋଧ କୃଷି ଆଇନ ବିଲ ବିରୋଧ ରେ ଗୁଣୁପୁର ଠାରେ ଅବସ୍ଥିତ କମ୍ରେଡ଼ ନାଗ ଭୂଷଣ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ନିକଟ ବାଇ ପାସ ଛକ ଏବଂ ଏସପି ଗୁଡା ଛକ ଠାରେ ବିଭିନ୍ନ ସ୍ଲୋଗାନ ଦେବା ସହ ରାସ୍ତା ଅବରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ଦଶ ଗୋଟି କୃଷି ଆଇନ ବିଲ୍ କୁ ପ୍ରତ୍ୟାହାର କରିବା ନିମନ୍ତେ ଭାରତର ସମସ୍ତ କୃଷକ ସଙ୍ଗଠନ ଦେଇଥିବା ବନ୍ଦ ଡାକରାକୁ ସମର୍ଥନ କରିବା ସହିତ ବାମପନ୍ଥୀ ଦଳ ଗୁଡିକ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇ ସହର ପରିକ୍ରମା କରି ଥିଲେ ଏବଂ ପୁରୁଣା ବସ ଷ୍ଟାଣ୍ଡ ଠାରେ ନରେନ୍ଦ୍ର ମୋଦି ଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି ଆନ୍ଦୋଳନକୁ ସିପିଆଇ(ଏମ ଏଲ)ଲିବାରେସନ ଜିଲା ସମ୍ପାଦକ ତ୍ରିପତି ଗୋମଙ୍ଗ,ବୃନ୍ଦାବନ ବିଡିକା, ଅନାସିମ ଶବର, ସମ୍ବରା ଶବର, କରୁଣାକର ଲିମା, କୈଳାଶ ଶବର, ଦାମୋଦର ଶବର, ଶ୍ରୀନିବାସ ଶବର ,ବୁଦ୍ଧଦେବ ଶବର ,ଅର୍ଜୁନ ଗୋମଙ୍ଗ, ପ୍ରମୁଖ ନେତୃତ୍ୱରେ ଭାରତ ବନ୍ଦକୁ ପରିଚାଳନା କରିଥିଲେ।

  1. ଜନବିରୋଧୀ କୃଷି ବିଲ୍ ପ୍ରତ୍ୟାହାର କର ।
  2. କୃଷି ଓ କୃଷକ ବିରୋଧୀ କୃଷି ବିଲ୍ ମୁର୍ଦ୍ଦାବାଦ
  3. କୃଷି କ୍ଷେତ୍ରକୁ କର୍ପୋରେଟ୍ ହାତରେ ଟେକିଦେବା ବନ୍ଦ କର ?।
  4. ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ଅସାଧୁ ସଂଶୋଧନ କାହା ସ୍ୱାର୍ଥରେ କେନ୍ଦ୍ରସରକାର ଜବାଵ ଦିଅ।
  5. ମଣ୍ତି ବ୍ୟବସ୍ଥାର ଉଚ୍ଛେଦ ଚଳିବ ନାହିଁ ।
  6. ଜନବିରୋଧୀ ନୂତନ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କର ।।
  7. କମ୍ପାନୀ ଦ୍ଵାରା ଠିକା ଚାଷ ବ୍ୟବସ୍ଥା ବାତିଲ୍ କର ।
  8. ପାରମ୍ପରିକ ଭାଗଚାଷୀ ମାନଙ୍କୁ ଚାଷୀର ମାନ୍ୟତା ଦିଅ ।
  9. ପରିବେଶଗତ ପ୍ରଭାବ ଆକଳନ ନାମରେ ପରିବେଶକୁ ଧ୍ୱଂସ କରିବା ବନ୍ଦ କର ।
  10. କୃଷି ଓ କୃଷକ ମାରଣ ନୀତି ଗ୍ରହଣ କରି କୃଷକ ମାନଙ୍କୁ ବୋକା ବନାଇବା ଚଳିବ ନାହିଁ ।।