Monday, October 12, 2026
Home ଅପରାଧ କ୍ୱାରେନଟାଇନ ସେଣ୍ଟରରେ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର

କ୍ୱାରେନଟାଇନ ସେଣ୍ଟରରେ ଚୋରି ହୋଇଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଉଦ୍ଧାର

6

ଗଞ୍ଜାମ,୯/୧୨(ପ୍ରଦୀପ କୁମାର ସାହୁ):କରୋନା ମହାମାରୀ ସମୟରେ କ୍ୱାରେନଟାଇନ ସେଣ୍ଟର ମାନଙ୍କରେ ହୋଇଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରୁ ଚୋରୀ ହୋଇଥିବା ଦାମୀ ସାମଗ୍ରୀକୁ ଉଦ୍ଧାର କରିବା ସହ ୩ ଜଣ ଚୋର କୁ କୋର୍ଟ ଚାଲାଣ କରିଛି ରମ୍ଭା ପୋଲିସ । ରବିବାର ଅପରାହ୍ନ ରେ ହୁମ୍ମା ଫାଣ୍ଡି ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀ ରେ ଆଡିସନାଲ ଏସ ପି ଠାକୁର ପ୍ରସାଦ ପାତ୍ର ଖୁଲାସା କରିଛନ୍ତି । ଗିରଫ ଚୋର ମାନେ ହେଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗଡ଼ ଅନ୍ତର୍ଗତ ବଡ଼ଝାର ଗ୍ରାମର ସନ୍ତୋଷ କୁମାର ଜେନା(୨୨), ପ୍ରଶାନ୍ତ ଜେନା(୨୬),ଜିତେନ୍ଦ୍ର ମହାରଣା(୨୧)। ସେମାନଙ୍କ ନିକଟରୁ ଏଲ ଇ ଡି ଟିଭି ୬ ଟି, କଟର ୨ଟି, ଇଣ୍ଡରସନ ହିଟର ଗୋଟିଏ, ଇନଭେଟର ସହ ବ୍ୟାଟେରୀ,ଟାଟା ସ୍କାଇ, ପେଡେ ଷ୍ଟିଆଲଆଲ ଫେନ ଗୋଟିଏ ପଲସର ମୋଟର ସାଇକେଲ, ନଗଦ ୧୨୫୦ ଟଙ୍କା, ୱାଟର ହିଟର, ସି ସି ଟିଭି, ଆଦି ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଗଞ୍ଜାମ ବ୍ଲକ ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ରୁ ଏହି ସବୁ ମୂଲ୍ୟବାନ ସାମଗ୍ରୀ ଚୋରୀ ହୋଇଥିବା ନେଇ ରମ୍ଭା ଥାନାରେ ୭ ଟି ମାମଲା ରୁଜୁ ହୋଇଥିଲା। ରମ୍ଭା ଥାନା ଇଲାକାର ରଘୁନାଥପୁର, ଲୁଙ୍ଗୁରୀ, ଗଡ଼ହୁମ୍ମା, ବେଲ ପଡା, ବୋରୀଗାଁ , ନିଳାଦ୍ରୀପୁର ପ୍ରମୁଖ ଗ୍ରାମରୁ ଓ ମେରାଇନ ଥାନା ବଡ ଆର୍ଜି ପଲ୍ଲୀ, ଆର୍ଜି ପଲ୍ଲୀ ହାଇସ୍କୁଲରୁ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଏସ ଡି ପି ଓ ଗୌତମ କିଷାନ ଙ୍କ ନେତୃତ୍ୱରେ ରମ୍ଭା, ଖଲ୍ଲିକୋଟ,ବଗଞ୍ଜାମ ଓ ହୁମ୍ମା ଫାଣ୍ଡି ପୋଲିସ କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠିତ ହୋଇଥିଲା। ଆଜି ସକାଳ ୬ ଟା ସମୟରେ ତିନି ଅଭିଯୁକ୍ତ ବାଇକ ରେ ଯାଉଥିବା ବେଳେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ରମ୍ଭା ଥାନା ଆଇ ଆଇ ସି କୃଷ୍ଣ ଚନ୍ଦ୍ର ସେଠୀ, ହୁମ୍ମା ଫାଣ୍ଡି ଏସ ଆଇ ଶରତ କୁମାର ଦାସ ଆର ସି ମୁଦୁଲି ପ୍ରମୁଖ ସହ ପୋଲିସ ଷ୍ଟାପ ସେମାନଙ୍କୁ ତାମିଲ ଢ଼ାବା ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଅଟକାଇ ତଦନ୍ତ କରିବା ପରେ ସେମାନେ ଏହି ମୂଲ୍ୟବାନ ସାମଗ୍ରୀ ଚୋରି କରିଥିବା ଜାଣିବାକୁ ପାଇଥିଲେ। ସେମାନେ ହୁମ୍ମା ସାଇ ନଗରର ଏକ ଭଡା ଘରେ ଏହି ଚୋରୀ ସାମଗ୍ରୀ ଲୁଚାଇ ରଖିଥିବା ପ୍ରକାଶ କରିବା ପରେ ପୋଲିସ ସେଠାରୁ ସେ ସବୁ ସାମଗ୍ରୀ କୁ ଜବତ କରିଥିଲା। ରମ୍ଭା ପୋଲିସ ପକ୍ଷରୁ ୪୧୩/୨୦ ରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କେସ ରୁଜୁ କରିଛି । ସାମ୍ବାଦିକ ସମ୍ମିଳନୀ ରେ ଆଡିସନାଲ ଏସ ପି, ରମ୍ଭା ଥାନା ଅଧିକାରୀ, ହୁମ୍ମା ଫାଣ୍ଡି ଅଧିକାରୀ ଓ ଷ୍ଟାପ ଉପସ୍ଥିତ ଥିଲେ l