
ଜଟଣ,୦୮/୧୨(ସଞ୍ଜୀବ କୁମାର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଜଟଣୀର ବିଭିନ୍ନ ସ୍ଥାନରେ ଆଜି ସକାଳୁ ’ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ଜଟଣୀର ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ବାମଦଳ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଇ ଅଛି। ସ୍ଥାନୀୟ ବେଲପଡା ବଜାର ଠାରେ କ୍ରୁଷକ ସଭାର ଆବାହକ ସାରଙ୍ଗଧର ବେହେରାଙ୍କ ନେତୃତ୍ବରେ ଶତାଧିକ କୃଷକ ଖୋର୍ଦ୍ଧା-ଜଟଣୀ ମୂଖ୍ଯ ରାସ୍ତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ କରି ଗିରଫ ହୋଇଥିଲେ। ଏହି ରାସ୍ତାରୋକ କାର୍ଯ୍ୟକ୍ରମରେ ଗଂଗାଧର ମାଝୀ, ଜନାର୍ଦ୍ଦନ ପ୍ରଧାନ, ରସିକ ମହାପାତ୍ର, ବ୍ରୁନ୍ଦାବନ ଜେନା, ଟୁକୁନା ମହାପାତ୍ର, ରଙ୍କନିଧି ରାଉତରାୟ, ଟିକିନା ନାୟକ, ସଦାଶିବ ପାଣ୍ଡିଆ, ଅଇଁଠି ନାୟକ, ସାଧବ ନାୟକ, ବିପିନି ସୁନ୍ଦରା ଇତ୍ୟାଦି ଯୋଗ ଦେଇଥିଲେ



