Sunday, October 11, 2026
Home ଜିଲ୍ଲା କନ୍ଧମାଳ ଓଡ଼ିଶାର ପାରମ୍ପାରିକ ପର୍ବ ପ୍ରଥମାଷ୍ଟମୀ

ଓଡ଼ିଶାର ପାରମ୍ପାରିକ ପର୍ବ ପ୍ରଥମାଷ୍ଟମୀ

206
Pc cdit:Odisha Bytes

ବାଲିଗୁଡା,୦୮/୧୨(ସୁକାନ୍ତ କୁମାର ତ୍ରିପାଠୀ: ଓଡ଼ିଶାରେ ପ୍ରଥମାଷ୍ଟମୀ ଏକ ପାରମ୍ପାରିକ ପର୍ବ ରୂପେ ବିବେଚିତ । ଆଜି ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଥିବାରୁ ପ୍ରଥମାଷ୍ଟମୀ ପାଳନ କରାଯାଇଥାଏ | ଏ ଦିନ ରେ ବଂଶର ପ୍ରଥମ ଜାତ ସନ୍ତାନ ପୁଅ ବା ଝିଅ ଙ୍କୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ |

ଆଜି ପ୍ରଥମାଷ୍ଟମୀ ହୋଇ ଥିବାରୁ ଘରେ ଘରେ ଏଣ୍ଡୁରି ପିଠା, କ୍ଷୀରି, କାକରା ଓ ବିଭିନ୍ନ ପ୍ରକାର ପିଠାପଣା ରେ ପ୍ରଥମାଷ୍ଟମୀ ପୂଜା ହୋଇଥାଏ | ଏହି ପିଠା ପାଇଁ ହଳଦୀପତ୍ରର ବ୍ୟବହାର ମଧ୍ୟ ଅନ୍ୟ ଏକ ବିଶେଷତ୍ୱ ରହି ଆଚିଛି ।