
ବିଷମକଟକ,୦୮/୧୨(ପ୍ରସ୍ନନ କୁମାର ପଣ୍ଡା):ରତ୍ନ ପଥର ଚୋରା ଚାଲାଣ ବେଳେ ଭୁବନଶ୍ୱର କ୍ରାଇମବ୍ରାଞ୍ଚ ଏସଟିଏଫ୍ ଶାଖା ଦ୍ବାରା ବିପୁଳ ପରିମାଣର ରତ୍ନ ପଥର ଜବତ ଘଟଣା । ରାୟଗଡା ସହରର ଜଗନ୍ନାଥ କମ୍ପ୍ଲେକ୍ସ ର ଏକ ଘରେ ବିପୁଳ ପରିମାଣର ରତ୍ନ ପଥର ଗଛିତ ଥିବା ଖବର ପାଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଢ଼ାଉ କରିଥବା ଘଟଣା।
ଚଢାଉ ବେଳେ ଦୁଇଟି ଅଖା ବସ୍ତାରେ ଥିବା ବିଭିନ୍ନ କିସମର 153 କିଲୋ ମୁଲ୍ଯବାନ ରତ୍ନ ପଥର ଜବତ ହୋଇଥିଲା। ଯାହାର ଆନୁମାନିକ ବଜାର ମୂଲ୍ଯ 1 କୋଟି 50 ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି।
ଏହି ମାମଲାରେ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଅମ୍ବାଦଳା ଥାନା ବିଯାବଣ୍ଡଲି ଗ୍ରାମର ଜିତେନ୍ଦ୍ର କୁମାର ବେହେରା ସେ ଦିର୍ଘ ବର୍ଷ ହେବ ରାୟଗଡା ରେ ରହି ଠିକା କର୍ଯ୍ୟ ସହ ରତ୍ନ ପଥର ବ୍ୟବସାୟ କରୁଥିବା ସୂଚନା ମିଳିଛି । ପ୍ରାୟ 20 ପ୍ରକାରର ମୁଲ୍ୟବାନ ରତ୍ନ ପଥର ଜବତ ହୋଇଛ । ଆଜି ଭୁବନେଶ୍ୱର ରୁ କ୍ରାଇମ୍ ବ୍ରାଞ୍ଚର ଏସଟିଏଫ୍ ଟିମ ରାୟଗଡା ରେ ପହଞ୍ଚିବା ପରେ ସ୍ଥାନୀୟ ପୋଲିସର ସହାୟତରେ ଏହି ଛଡାଉ କରାଯାଇଥିଲା ।
ଏହି ଚଡାଉରେ ଦୁଇଟି ଅଖା ବସ୍ତାରେ 153 କିଲୋ ମୁଲ୍ଯବାନ ରତ୍ନ ପଥର ସହ ଏକ କାର୍ ଜବତ କରିଛି ।
ସମ୍ପୃକ୍ତ ବ୍ୟବସାୟୀ ଜିତେନ୍ଦ୍ର କୁମାର ବେହେରାକୁ ଗିରଫ କେରିବା ସହ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଏଥିରେ ଆଉ କିଏ ସାମିଲ ଅଛି ସେ ଦିଗରେ ଅଧିକ ତଦନ୍ତ କରାଯାଇଥିବା ରାୟଗଡା ଏସପି ସୂଚନା ଦେଇଛନ୍ତି |ଶ୍ରବଣ ବିବେକ ଏମ୍ (ରାୟଗଡା ଏସପି )






