Wednesday, October 14, 2026
Home ଜିଲ୍ଲା କନ୍ଧମାଳ ବାଲିଗୁଡାରେ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ

ବାଲିଗୁଡାରେ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ

165

କନ୍ଧମାଳ(ବାଲିଗୁଡା)୦୮/୧୨(ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି | କୃଷିବିଲକୁ ପ୍ରତ୍ୟାହାର ନିମନ୍ତେ କୃଷକ ସଂଘଠନ ଭାରତ ବନ୍ଦ ଡାକରା ଦେଇଛି | ଏହାକୁ ସମର୍ଥନ ଜଣାଇ ବିଭିର୍ଣ୍ଣ ରାଜନୈତିକ ଦଳ ଭାରତ ବନ୍ଦରେ ସାମିଲ ହୋଇଛନ୍ତି |

ବାଲିଗୁଡା ରେ ଦୋକାନ ବଜ଼ାର ବନ୍ଦ ରହିବା ସହିତ ଚାରିଚକିଆ ଯାନବାହାନ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି | ଏଥିରେ ନଗର କଂଗ୍ରେସ ସଭାପତି ସ୍ଵପ୍ନେଶ୍ଵର ସାହୁ, ବ୍ଲକ ସଭାପତି ଆଇବର ନାୟକ,ସିମାଞ୍ଚଳ ଆଚାର୍ଯ୍ୟ, ଶିବରାମ ପ୍ରଧାନୀ,କେ. ବଳରାମ ଦୋରା, ପୂର୍ବତନ ବ୍ଲକ ସଭାପତି ରାମଚନ୍ଦ୍ର ସିଂ ପାତ୍ର, ଅଜୁ ଡିଗାଲ, ସନ୍ତୋଷ କୁମାର ବକ୍ସି ଓ ଅନ୍ୟମାନେ ମିଶି ବନ୍ଦ ଡାକରା ସମର୍ଥନ ଦେବଳୁ ଆୱାନ ଦେଇଛନ୍ତି |