Sunday, November 15, 2026
Home ଆଞ୍ଚଳିକ ବିଶିଷ୍ଠ ଦାସକାଠିଆ କଳାକାରଙ୍କ ପରଲୋକ

ବିଶିଷ୍ଠ ଦାସକାଠିଆ କଳାକାରଙ୍କ ପରଲୋକ

103

ବେଗୁନିଆପଡା,୦୭/୧୨(ଦେବାଶିଷ ମହାରଣା):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାଙ୍କୁଡା ଗ୍ରାମର ବିଶିଷ୍ଠ ଦାସକାଠିଆ କଳାକାର ହରିହର ମହାରଣା ଙ୍କ ପରଲୋକ ହେଇଯାଇଛି ।୧୯୪୪ ମସିହା ରେ ଜନ୍ମ ଗ୍ରହଣ କରିଥିବା ହରିହର ଙ୍କ ମୁର୍ତ୍ୟୁ ବେଳକୁ ୭୬ବର୍ଷ ହୋଇଥିଲା । ନିଜର କୌଳିକ ବୃତ୍ତି ସହିତ ବଡ଼ ପୁଅ ପ୍ରଭାକର ମହାରଣା ଙ୍କ ସହିତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରେ ଦାସକାଠିଆ ମାଧ୍ୟମରେ ସମାଜଧର୍ମୀ ବାର୍ତ୍ତା ଦେବା ସହ ଦୂରଦର୍ଶନ ରେ କାର୍ଯ୍ୟକରି ପୂର୍ବତନ ଜିଲ୍ଲାପାଳ ଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।

ପୂର୍ବରୁ ୧୯୬୧ ମସିହାରେ ଭୁବନେଶ୍ୱର ସରଞ୍ଜାମ କାର୍ଯ୍ୟାଳୟ ରେ ଚାକିରୀ କରୁଥିବା ସମୟରେ ପୂରାଣ ପ୍ରତି ଆଗ୍ରହ ପ୍ରକାଶ କରି ଦାସକାଠିଆ ଆଡକୁ ମନ ବଳାଇ ଥିଲେ । ଦାଶକାଠିଆ କରୁଥିବା ସମୟରେ ତାଙ୍କ ନାମ ହରି ମହାରଣା ରୁ ହରିହର ମହାରଣା ହୋଇଯାଇଥିଲା । ଶ୍ରୀ ମହାରଣା ଦୀର୍ଘ ଏକ ବର୍ଷ ଧରି ସେ ପକ୍ଷାଘାତ ରୋଗରେ ପୀଡିତ ଥିଲେ |ଜଣେ ସମାଜସେବୀ, ଆଦର୍ଶ ବ୍ୟକ୍ତି, ପ୍ରାଚୀନ ପରମ୍ପରା ର କଳାକାର ଙ୍କୁ ହରାଇ ସାଙ୍କୁଡା ତଥା ଆଖ ପାଖ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶେଜ ପାଖରେ ପାଞ୍ଚ ପୁତ୍ର,ତେର ଜଣ ନାତି ନାତୁଣୀ ଉପସ୍ଥିତ ଥିଲେ । ଗାଁ ଶ୍ମସାନ ରେ ଶ୍ରୀ ମହାରଣା ଙ୍କ ଶେଷକୃତ ସମ୍ପନ୍ନ ହୋଇଥିବା ବେଳେ ବଡ଼ ପୁଅ ପ୍ରଭାକର ମହାରଣା ମୁଖାଗ୍ନି ଦେଇଥିଲେ ।