Thursday, August 6, 2026
Home ଅପରାଧ ପୋଲିସର ତଦନ୍ତ ଜାରୀ ସହ ସାଇଣ୍ଟିଫିକ୍ ଟିମ୍ପ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ

ପୋଲିସର ତଦନ୍ତ ଜାରୀ ସହ ସାଇଣ୍ଟିଫିକ୍ ଟିମ୍ପ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ

32

ଛତ୍ରପୁର,୦୭/୧୨(କିଶୋର ଚନ୍ଦ୍ର ମହାନ୍ତି):ଛତ୍ରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଗତକାଲି ସନ୍ଧ୍ୟାରେ ଏକ ବନ୍ଦ ଘରେ ପଡିଥିବା ବି.ଲିଙ୍ଗରାଜ ରେଡ୍ଡୀଙ୍କ ମୃତଦେହକୁ ଉଦ୍ଧାର କରିଛି ଚମାଖଣ୍ଡି ପୋଲିସ। ଲୁଟ ଉଦ୍ଦେଶ୍ୟ ରଖି ଏହି ହତ୍ୟା କାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିଲା। ଦୁର୍ବତ୍ତ ମାନେ ଲିଙ୍ଗରାଜଙ୍କୁ ବିଭିନ୍ନ ମାରଣାସ୍ତ୍‌ରେ ଆକ୍ରମଣ କରି ପରେ ଘରେ ଥିବା ଜିନିଷ ପତ୍ର ଭିଙ୍ଗା ଭିଙ୍ଗି କରି ସେଠାରୁ ଚମ୍ପ ମାରିଥିବା ଜଣାପଡୁଛି।
ସୋମବାର ସକାଳୁ ସାଇଣ୍ଟିଫିକ୍ ଟିମ୍ ରଘୁନାଥପୁର ଗାଁରେ ପହଞ୍ଚି ମୃତ ଲିଙ୍ଗରାଜଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ରକ୍ତାକ୍ତ ହୋଇଥିବା ଦେହର ବିଭିନ୍ନ କ୍ଷତ ବିକ୍ଷତ ଅଂଶ ଗୁଡିକୁ ଅନୁଧ୍ୟାନ କରିଥିଲା ଏହି ଟିମ୍ । ଏହାପରେ ଲିଙ୍ଗରାଜ ପିନ୍ଧିବା ରକ୍ତ ଭିଜା ଲୁଗାପଟା ଏବଂ ଘଟଣାସ୍ଥଳରେ ମିଳିଥିବା ରକ୍ତଭିଜା କୁଡିକୁ ଜବତ କରିଛି ପୋଲିସ । ଏହାସହିତ ଗାଁର ବିଭିନ୍ନ ସ୍ଥାନକୁ ପୋଲିସ ପକ୍ଷରୁ ଅନୁସନ୍ଧାନୀ କୁକୁର ବୁଲାଯାଇଥିଲ।। ଘଟଣାସ୍ଥଳରେ ଛତ୍ରପୁର ଏସଡପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ,ଚମାଖଣ୍ଡି ଥାନା ଅଧିକାରୀ ସୀତାଶୁଂ ଶେଖର ମାନ୍ଧତା ଏବଂ ଥାନା ର କର୍ମଚାରୀ ମାନେ ଉପସ୍ଥିତ ହତ୍ୟା ଘଟଣାର ବିଭିନ୍ନ ତଥ୍ୟ ଗାଁର ବିଭିନ୍ନ ବର୍ଗର ଲୋକଙ୍କ ଠାରୁ ସଂଗ୍ରହ କରିଥିଲେ । ଗତକାଲି ମୃତ ଲିଙ୍ଗରାଜଙ୍କ ଭଉଣୀ ପି.ଚନ୍ଦ୍ରମାଙ୍କ ଏତଲା ଅନୁସାରେ ଚମାଖଣ୍ଡି ପୋଲିସ କେସ ନଂ ୧୬୬/୨୦୨୦ ରୁଜୁ କରି ଗାଁରେ କେତକ ଯୁବକ ଏବଂ ବୟସ୍କ ଲୋକଙ୍କୁ ପଚରା ଉଚରା କରିଥିଲା। ମୃତ ଲିଙ୍ଗରାଜ କାହା ସହିତ ମିଶୁଥିଲା ଏବଂ ଗତଦୁଇ ଓ ତିନି ତଳେ ତାଙ୍କ ନିକଟକୁ କିଏ ଆସୁଥିଲେ ସେସଂପର୍କରେ ମଧ୍ୟ ବିଭିନ୍ନ ଖବର ସଂଗ୍ରହ କରିଥିଲେ । ପରେ ଗ୍ରାମର କିଛି ବ୍ୟକ୍ତିଙ୍କୁ ସଂନ୍ଦେହ କରି ଥାନାକୁ ଘଟଣା ସଂପର୍କରେ ପଚରାଉଚରା କରିବା ନିମନ୍ତେ ନେଇଥିବା ବିଶେଷସୂତ୍ରରୁ ଜଣାପଡିଛି । ପୋଲିସ ତଦନ୍ତରେ ବାଧାପ୍ରାପ୍ତ ହେବ ବୋଲି ଏସଂପର୍କ ସୂଚନା ଦେଇନି । ଥାନା ଅଧିକାରୀ କହିଛନ୍ତି ଯେ ଗତକାଲି ଲିଙ୍ଗରାଜଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭଉଣୀ ଏତଲା ଦେଇଥିଲେ । ଏତଲା ଅନୁସାରେ ଆମେ ତଦନ୍ତ ଚଳାଇଛୁ । ଆଜି ମୃତ ଲିଙ୍ଗରାଜଙ୍କ ସ୍ତ୍ରୀ ଗାଁକୁ ଆସିଛନ୍ତି ।