
ଜଟଣୀ,୦୬/୧୨(ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର): ଜଟଣୀ ସ୍ଥାନୀୟ କୁଦୀଆରୀ ଅଂଚଳରେ ଦୀର୍ଘ ୧୦ ମାସ ଧରି ରାସ୍ତା କଡରେ ଏକ ମାନସିକ ବିକ୍ରୁତ ଯୁବକ ଗୋଟିଏ ଯାଗାରେ ବସି ରହୁଥିଲା। କିଏ କିଛି ଦେଲେ ଖାଉଥିଲା ନ ହେଲେ ନାହିଁ। ସ୍ଥାନୀୟ ଲୋକମାନେ ବାରମ୍ବାର ପ୍ରଶାସନ ଏବଂ ଗଣମାଧ୍ୟମରେ ସେହି ଯୁବକଟିକୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ ମଧ୍ଯ କେହି ଶୁଣୁ ନ ଥିଲେ।
ଶେଷରେ ମାନବାଧିକାର କର୍ମୀ ବାସୁଦେବ ସେଠୀ,ସଞ୍ଜୀବ କୁମାର
ଓ ହବିବୁର ରହେମାନ ଏ ବାବଦରେ ଜଟଣୀ ପୌର ଅଧିକାରୀ ଦିଲିପ କୁମାର ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ। ପୌର ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ପୌର କର୍ମଚାରୀ ସତ୍ଯବ୍ରତ ତ୍ରୀପାଠୀ, ପ୍ରିୟବ୍ରତ ସ୍ବାଇଁ, ହରମୋହନ ତ୍ରୀପାଠୀ ଇତ୍ୟାଦି ପହଞ୍ଚି ମାନବାଧିକାର କର୍ମୀ ମାନଙ୍କ ସହଯୋଗରେ ଯୁବକଟିକୁ ଉଦ୍ଧାର କରି ଜଟଣୀ ଟାଉନ ହଲରେ ରଖିବାର ସୁବନ୍ଦୋବସ୍ତ କରିଥିଲେ।





