
ଜଟଣୀ,୦୬/୧୨(ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର): ଜଟଣୀ ସ୍ଥିତ ରେଳପଥ ବିଦ୍ୟାଳୟର ୧୦୫ତମ ବାର୍ଷିକ ଅଧିବେଶନ ପାଇଁ ଏକ ପ୍ରସ୍ତୁତି ବୈଠକ ରେଳବାଇ ବିଦ୍ୟାଳୟର ପୁରାତନ ଛାତ୍ର ସଙ୍ଗଠନ ତରଫରୁ ବକ୍ସି ଜଗବନ୍ଧୁ ରେଳବାଇ ଇନ୍ଷ୍ଟିଚ୍ୟୁଟ୍ ଖୋର୍ଦ୍ଧାରୋଡ଼ ଠାରେ ଆୟୋଜିତ ହୋଇଯାଇଛି । ରେଳବାଇ ପୁରାତନ ଛାତ୍ର ସଂଗଠନ(ରୋଜା)ର ସଭାପତି ଡକ୍ଟର ସଞ୍ଜୟ ଦାସଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ କୋଭିଡ଼-୧୯ ନିୟମାବଳୀ ଅନୁଯାୟୀ ନିରାଡ଼ମ୍ବର ଭାବରେ ୱେବନାର ମାଧ୍ୟମରେ ଆସନ୍ତା ୨୦ା୧୨ା୨୦୨୦ରିଖ ରବିବାର ଦିବା ୧୦ଘଟିକା ଠାରୁ ୧ଘଟିକା ମଧ୍ୟରେ ହେବା ପାଇଁ ସ୍ଥିର କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରେଳବାଇ ବିଦ୍ୟାଳୟର ମାଟ୍ରିକ ଓ +୨ ଶ୍ରେଣୀର ବିଭିନ୍ନ ବିଷୟରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା କରାଯିବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ନିର୍ବାଚନ ସ୍ଥଗିତ ଥିବାରୁ ଏହି କାର୍ଯ୍ୟକାରୀ କମିଟିକୁ ଆଗାମୀ ଏକବର୍ଷ ପାଇଁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଏହି ସଭାରେ ସର୍ବଶ୍ରୀ ବିନୋଦ କେଶରୀ ମିଶ୍ର, ଅରୁଣ କୁମାର ମହାନ୍ତି, ରାଧାମୋହନ ପଟ୍ଟନାୟକ, ଶଙ୍କର ନାୟକ, ପ୍ରଣତି ସ୍ୱାଇଁ, ନିରଞ୍ଜନ ମିଶ୍ର, ଅଲତାଫ ହୁସେନ୍, ଶିଶିର ପାଢ଼ୀ, ରଞ୍ଜିତ ଦାସ, ସୁନୀଲ ପାଢ଼ୀ, ଗୌରୀଶଙ୍କର ମହାନ୍ତି, ନଳିନୀକାନ୍ତ ସ୍ୱାଇଁ, ପ୍ରଦୀପ କୁମାର ତ୍ରିପାଠୀ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ସଞ୍ଜୟ କୁମାର ମହାନ୍ତି, ନଳିନୀ କୁମାର ସ୍ୱାଇଁ , ଏସ୍ ଗୁରୁ ରାଓ ଓ ପ୍ରଶାନ୍ତ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ସାଧାରଣ ସମ୍ପାଦକ ଡ. ତପନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।



