
ଜଟଣୀ,୦୬/୧୨(ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର):ଜଟଣୀ ପୈାରପରିଷଦ ଅଧିନରେ ଦିର୍ଘ ଦିନରୁ ଅସହାୟ ଅବସ୍ଥାରେ ରହିଥିବା ଜଣେ ମହିଳା ବାତଜ୍ୱର ରୋଗୀଙ୍କ ଆଶ୍ରୟସ୍ଥଳ ପାଲଟିଛି ପରିତ୍ୟକ୍ତ କମ୍ୟୁନିଟି ହଲଗୃହ । ପୁର୍ବତନ ସ୍ଥାନୀୟ କାଉନସିଲରଙ୍କ ସହଯୋଗରେ ଲଗାଣବର୍ଷାରେ ତିନ୍ତୁଥିବା ଏହି ଅସହାୟ ମହିଳାଙ୍କୁ ଉଦ୍ଧାରକରି ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଏକ କମ୍ୟୁନିଟି ହଲରେ ଆଶ୍ରୟ ଦିଆଯାଇଛି । ଦିର୍ଘ ୩ମାସରୁ ଏପରି ଅବସ୍ଥାରେ ଭଙ୍ଗାରୁଜା ଘରେ ଗୋଦରାଗୋଡକୁ ଧରି ସହାୟତା ପାଇଁ ଚାହିଁ ବସିଛନ୍ତି । ସୁଚନାନୁସାରେ, ଗଂଜାମଜିଲା କୋଦଳା ଅଂଚଳର ଗୋଲାପ ବେହେରା ସ୍ୱାମୀ ଓ ଏକ ପୁଅ ସହିତ ଜଟଣୀ ପୈାରାଂଚଳ ଅଧିନସ୍ଥ ୱାର୍ଡ ନଂ ୭ର ମୁଣ୍ଡିଆସାହି ଅଂଚଳରେ ଦିର୍ଘ ୧୨ବର୍ଷରୁ ଆସି ସପରିବାରେ ରହିଥିଲେ । ସ୍ୱାମୀ ଦିନ ମଜୁରୀଆଭାବେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର ଏହାର କିଛିଦିନ ପରେ କୈାଣସି କାରଣକୁ ନେଇ ସ୍ୱାମୀ ଗୋପିନାଥ ବେହେରା ଓ ନାବାଳକପୁଅ ଗୋଲାପଙ୍କୁ ଛାଡି ନିଜଗ୍ରାମ କୋଦଳାକୁ ଛାଡିପଳାଇ ଯାଇଥିଲେ । ସ୍ୱାମୀ ଓ ପୁଅ ଗ୍ରାମରୁ ଆଉ ଆସିନଥିଲେ । ଦିର୍ଘଦିନ ଅପେକ୍ଷାକରି ରହିଥିଲେ ମଧ୍ୟ ସ୍ୱାମୀ ଏବଂ ନାବାଳକ ପୁଅ ଆଉ ଗୋଲାପଙ୍କ ନିକଟକୁ ଫେରିନଥିଲେ । ଫଳରେ ଗୋଲାପଙ୍କର ଚଳିବା ଅସମ୍ଭବ ହୋଇଯ।।ଇଥିଲା । ନା ଘର ଚଳାଇପାରିଲେ ନା ଭଡାଘରର ଭଡା ଦେଇପାରିଲେ । ଶେଷରେ ଗୋଲାପ ଅସହାୟ ହୋଇ ମାଗିଯାଚି ଚଳିବାକୁ ଆରମ୍ଭ କଲେ । ରହୁଥିବା ଭଡାଘରର ଭଡା ନଦେଇପାରିବାରୁ ଘରମାଲିକ ତାଙ୍କୁ ଘରୁ ବାହାର କରିଦେଲେ । ବିଭିନ୍ନ ଲୋକଙ୍କ ଘରବାରଣ୍ଡାରେ ଆଶ୍ରୟ ନେଇ ରହି ମାଗିଯାଚି ଚଳୁଥିଲେ । ତେବେ କୈାଣସି ଏକ ସହୃଦୟ ବ୍ୟକ୍ତି ଗୋଲାପଙ୍କୁ ସାହାଯ୍ୟ ଆକାରରେ କିଛି ଟଙ୍କା ଦେବାପରେ ଗୋଲାପ ମୁଣ୍ଡିଆସାହି ଅଂଚଳରେ ଫୁଟପାଥରେ ବସି ମାଛକିଣି ବ୍ୟବସାୟ ଆରମ୍ଭ କରିଥିଲେ । ପ୍ରତିଦିନ ମାଛ ବିକ୍ରୀ କରିବାପରେ ନିଜେ ଚଳିଯାଉଥିଲେ ଏବଂ ଅନ୍ୟାନ୍ୟ ଖର୍ଚ ମଧ୍ୟ ତୁଲାଉଥିଲେ । ମାତ୍ର ଭାଗ୍ୟର ବିଡମ୍ବନା କିନ୍ତୁ ଅଲଗା୍ନଧରଣର ଥିଲା । ଦାଉ ଉପରେ ଦାଉ ସାଧିଲାଭଳି ର୍ ଗୋଲାପଙ୍କ ଡାହାଣ ଗୋଡରେ ବାତଜ୍ୱର ରୋଗ(ଫାଇଲେରିଆ) ଆରମ୍ଭ ହୋଇଥିଲା । ଏହା ଧିରେଧିରେ ବଢିବା ସହିତ ଗୋଡଟି ହାତିପାଦଭଳି ହୋଇଯିବା ସହିତ ଅଚଳ ହୋଇଗଲା । ପଦାକୁ ବାହାରି ପାରିଲେ ନାହିଁ । ଫଳରେ ମାଛ ବ୍ୟବସାୟଟି ବନ୍ଦ ହୋଇଗଲା । ଏହି ରୋଗ କାଳକ୍ରମେ ଗୋଲାପଙ୍କୁ ପଙ୍ଗୁ କରି ବସାଇଦେଲା । ଗୋଡଟି ପଚିବାଭଳି ପରିସ୍ଥିତି ସୃଷ୍ଟିହେବା ସହିତ ବଡଧରଣର ଚିକିତ୍ସାର ଆବଶ୍ୟକ ପଡିଥିଲା । ଡାକ୍ତରଖାନା ଯିବାପରେ କିଛିଦିନ ଚିକିତ୍ସାହେଲା । ପରବର୍ତି ସମୟରେ ଡାକ୍ତର ଗୋଲାପଙ୍କୁ ବାହାରୁ ଔଷଧ କିଣି ଖାଇବାକୁ ପଡିବ ବୋଲି କହିଥିଲେ । ପାଖରେ ଅର୍ଥ ନଥିବାରୁ ଗୋଲାପ ଗୋଡଟିକୁ ଧରି ନିରୁପାୟ ହୋଇ ବସିରହିଥିଲେି । ଅନ୍ୟପଟେ ଆଶ୍ରୟନେବା ପାଇଁ ଘର ନଥିବାରୁ ଗୋଲାପ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇ ରହିଥିଲା ବେଳେ ବର୍ଷାରେ ପଦାରେ ବସିବାକୁ ପଡିଥାଏ । ଏକଦା ଏହିପରି ପଦାରେ ଲଗାଣ ବର୍ଷାରେ ତିନ୍ତିହୋଇ ବୁଲୁଥିବା ଅବସ୍ଥାରେ ୱାର୍ଡ ନଂ ୭ର ତତ୍କାଳିନ କାଉନସିଲର ରହିମା ବିବି ମୁଣ୍ଡିଆସାହି କମ୍ୟୁନିଟି ହଲରେ ଆଶ୍ରୟ ଦେଇଥିଲେ । ଉକ୍ତ କମ୍ୟୁନିଟି ହଲର ଅବସ୍ଥାମଧ୍ୟ ଶୋଚନୀୟ ହୋଇପଡିଛି । ଆଶ୍ରୟନେଇ ରହୁଥିବା କମ୍ୟୁନିଟି ହଲ ଭାଙ୍ଗିରୁଜି ଯାଇଥିବା ବେଳେ ବର୍ଷାହେଲେ ପାଣିଗଳିବା ସହିତ ଛାତରୁ ସିମେଂଟ ଖଣ୍ଡ ଖସୁଛି । ତେଣୁ ଭୟଭିତ ଅବସ୍ଥାରେ ଅସହାୟ ମହିଳା ଗୋଲାପଙ୍କ ଦିନ କଟୁଛି ବୋଲି ଛଳଛଳ ନୟନରେ ଗଣମାଧ୍ୟମକୁ କହିଥିଲେ ି । ଘଟଣାଟି ଅତି ହୃଦୟବିଦାରକ ଲାଗୁଥାଏ । ହେଲେ ପୈାରପ୍ରଶାସନକୁ ଦିର୍ଘଦିନରୁ ଏହି ସମସ୍ୟା ସମନ୍ଧରେ ଅବଗତ କରାଯାଉଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି ବୋଲି କହିଛନ୍ତି ଗୋଲାପ । ତେବେ ଏଠାରେ ପ୍ରଶ୍ନଉଠୁଛି ଯେ, ସରକାରଙ୍କ ପକ୍ଷରୁ ଆସୁଥିବା ସହାୟତା ଏବଂ ସହଯୋଗର ଯୋଜନା କାହାପାଇଁ ବୋଲି ପ୍ରଶ୍ନ ହୋଇଛି ।



