ଜାତୀୟ ସେବା ଯୋଜନାର ପ୍ରତିଷ୍ଠା ଦିବସ

19

ଆସିକା,୨୫/୯(ଖିରୋଦ ଚନ୍ଦ୍ର ବେହେରା): ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଏନ ଏସ ଏସ ର ପ୍ରତିଷ୍ଠା ଦିବସ ତଥା ସ୍ବର୍ଣ୍ଣ ଜୟନ୍ତୀ ଉଛବ ଅଧ୍ୟାପକ ତଥା କାର୍ୟ୍ୟକ୍ରମ ଅଧିକାରୀ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ଼ଃ.ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ଯୋଗ ଦେଇଥିଲେ I

କାର୍ୟ୍ୟକ୍ରମର ଉଧେଶ୍ୟ ଓ ପ୍ରତିଷ୍ଠା ଦିବସ ବିଷୟରେ ସଭାପତି ଅଭିଭାଷଣ ରଖିଥିବା ବେଳେ ମୁଖ୍ୟ ବକ୍ତା ଏନ ଏସ ଏସ ଓ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କ ବିଷୟରେ ମତ ରଖିଥିଲେ I କାର୍ୟ୍ୟକ୍ରମ ଅଧିକାରିଣୀ ସୁଶ୍ରୀ ସସ୍ମିତା ପାତ୍ର ଏନ ଏସ ଏସ ର ଲୋଗୋର ଉଧେଶ୍ୟ ବିଷୟରେ ସ୍ଵେଛା ସେବୀ ତଥା ଛାତ୍ରୀ ଓ ଛାତ୍ର ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଥିବା ବେଳେ କାର୍ୟ୍ୟକ୍ରମ ଅଧିକାରୀ ଶ୍ରୀ ଦୟାନିଧି ବଡରଇତ ସ୍ଵେଛା ସେବୀ ମାନଙ୍କର ରାଷ୍ଟ୍ରଗଠନରେ ଭୂମିକା କଣ ତାହା ନିଜ ଅଭିଭାଷଣରେ କହିଥିଲେ I କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର +୨ ଓ +୩ ର ସ୍ଵେଚ୍ଛା ସେବୀ ସମେତ ପ୍ରାୟ ଦୁଇଶହ ପଚାଶ ଜଣ ଛାତ୍ର ଛାତ୍ରୀ, ଅଧ୍ୟାପିକା ଓ ଅଧ୍ୟାପକ ଅଂଶ ଗ୍ରହଣ କରି ସଭାକାର୍ୟ୍ୟକୁ ସମ୍ପୂର୍ଣ୍ଣ ସଫଳ କରାଇଥିଲେ I ସର୍ବଶେଷରେ କାର୍ୟ୍ୟକ୍ରମ ଅଧିକାରୀ ଶ୍ରୀ ଭୁଭୁକଲ୍ୟାଣ ପଣ୍ଡା ଧନ୍ୟବାଦ ଅର୍ପଣ କରିବା ପରେ ସଭା କାର୍ୟ୍ୟ ସାଙ୍ଗ କରାଯାଇଥିଲା I