Thursday, October 15, 2026
Home ଜିଲ୍ଲା ଦେଓକୁପୁଲି ନୂଆସାହି ମୁଖ୍ୟସଡ଼କରେ ଦୁଇ ବାଇକ ଦୁର୍ଘଟଣା : ...

ଦେଓକୁପୁଲି ନୂଆସାହି ମୁଖ୍ୟସଡ଼କରେ ଦୁଇ ବାଇକ ଦୁର୍ଘଟଣା : ଦୁଇ ମୃତ

530

ରାୟଗଡ,୭-୧୨-୨୦୨୦(ସନାତନ ନାୟକ): ମୁନିଗୁଡା ଥାନା ଦେଓକୁପୁଲି ନୂଆସାହି ରାସ୍ତାର ଉଭୟପଟୁ ଦ୍ରୁତ ବେଗରେ ଆସୁଥିବା ଦୁଇ ବାଇକ ପରସ୍ପରକୁ ମୁହାଁମୁହିଁ ଧକା ଦେବା କାରଣରୁ ବାଇକ ଆରୋହି ତିନି ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।ସ୍ଥାନୀୟ ଲୋକମାନେ ଆମ୍ବୁଲାନ୍ସ ଓ ପୋଲିସ କୁ ଖବର ଦେବାରୁ ସେମାନଙ୍କୁ ମୁନିଗୁଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା।ମେଡିକାଲରେ ସେମାନଙ୍କ ଭିତରୁ ଦୁଇ ଜଣ ମୃତ ବୋଲି ଡାକ୍ତର ଘୋଷଣା କରିଛନ୍ତି।

ତିନିଜଣ ମଧ୍ୟରୁ ମୃତକ ଜଣେ ୱେଷ୍ଟ ବେଙ୍ଗଲର ହାଡୁଗ୍ରାମର ଇଂଲିଶ ଅଞ୍ଚଳର ଆସାମୂଳ ମିର୍ଜା(୨୬)ଅନ୍ୟ ଜଣକ କୋଟଗଡ ବ୍ଲକ କାକୁସୁଗୁଡାର ଦିବାକର ମାଝି( ୩୪)।ଗୁରୁତର ଆହତ ଜଣଙ୍କ କୋଟଗଡର ସୋନା ପାଟମାଝୀ(୩୮)।ମୃତକ ଦୁଇ ଜଣଙ୍କ ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ବୋଲି ମୁନିଗୁଡା ପୋଲିସ ଆଇଆଇସି ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି।ଆହତ ଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।