
ଜଗନ୍ନାଥ ପ୍ରସାଦ,ଡିସେମ୍ବର ୭ (ନିରାକାର ସାହୁ) :
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କ୍ଷେତମୁଣ୍ଡଳୀ ଗ୍ରାମପଞ୍ଚାୟତ ର ୪ ଗୋଟି ମନରେଗା ରାସ୍ତା କାର୍ଯ୍ୟରେ ଶ୍ରମିକ ମାନେ କାର୍ଯ୍ୟ କରିବା ବଦଳରେ ମେସିନରେ କାର୍ଯ୍ୟ ହେଉଛି ବୋଲି ସରପଞ୍ଚ ନୀଳାଞ୍ଚଳ ଖିଲାର ତାରସିଂ ପୋଲିସ ଥାନାରେ ଲିଖିତ ଏତେଲା ଦେବା ସହ ଗଞ୍ଜାମ ଜିଲ୍ଲାପାଳ ଙ୍କୁ ଅଭିଯୋଗ ଦେଇଛନ୍ତି। ଅପର ପକ୍ଷରେ ଶ୍ରମିକ ମାନେ, ଗ୍ରାମବାସୀ,ବ୍ଲକ ପ୍ରଶାସନ, ଓ ପୂର୍ବତନ ସରପଞ୍ଚ ସରିତ ପ୍ରଧାନ ଏହାର ଖଣ୍ଡନ କରିଛନ୍ତି ଓ କହିଛନ୍ତି ମନରେଗା କାର୍ଯ୍ୟ ଆଜକୁ ଏକ ମାସ ହେବ ଶ୍ରମିକ ମାନଙ୍କ ଦ୍ୱାରା ହେଉଛି, ମେସିନ ର ବ୍ୟବହାର ହୋଇ ନାହିଁ, ସରପଞ୍ଚ କାର୍ଯ୍ୟରେ ବ୍ୟଘାତ ସୃଷ୍ଟି କରି ଅଯଥା ଭିତ୍ତିହୀନ ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି।
କ୍ଷେତମୁଣ୍ଡାଳି ଗ୍ରାମପଞ୍ଚାୟତ ର ବନ୍ତା ଠାରୁ କନ୍ଧ ବନ୍ତା ରାସ୍ତା ତିରିଗୋଛା ଅଙ୍ଗନବାଡି କେନ୍ଦ୍ର ଠାରୁ ନୂଆଁ ସାହି ରାସ୍ତା ଆର. ଡି ରୋଡ ଠାରୁ କୁଂବିଖାଲ ରାସ୍ତା ଓ ବିଲୁଆମରା ଠାରୁ ବରଡା ତଇଲା ରାସ୍ତା କାର୍ଯ୍ୟ ଚାଲିଛି। ଉକ୍ତ କାର୍ଯ୍ୟ କୁ ନେଇ ଶ୍ରମିକ ମାନଙ୍କ ନାମ ରେ ନଭେମ୍ବର ମାସ ୧୧ ତାରିଖ ରୁ ବିଲ ପୈଠ ହୋଇଥିଲେ ମଧ୍ୟ ମାଟି ମୁଠାଏ ପଡ଼ିନାହିଁ, ଅଭିଯୋଗ ହେବା ପରେ ରାତାରାତି ମେସିନ ଲଗେଇ କାର୍ଯ୍ୟ ହେବା ନେଇ ସରପଞ୍ଚ ଶ୍ରୀ ଖିଲାର ଅଭିଯୋଗ କରିଛନ୍ତି।
ଏହାର ତଦନ୍ତ ପାଇଁ ବ୍ଲକ ସହକାରୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ ,କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ଅଧକ୍ଷା ପ୍ରତିନିଧି ଅନାଦି ବେହେରା,ବ୍ଲକ ଉପାଧକ୍ଷ ହିମାଂଶୁ ଶେଖର ବାରିକ ସରପଞ୍ଚ ଉମାସଙ୍କର ବାରିକ,ଯଶୋବନ୍ତ ବଳବନ୍ତ ସାହାଣୀ ହୃଷିକେଶ ନାୟକ,ବିଚିତ୍ର କୁମାର ନାଇକ,ନିର୍ମଲ ନାୟକ, ଧ୍ରୁବସେନ ବେହେରା, ସମେତ ଭାବିରଥୀ ମାଝି, ଗୋକୁଳ ଦୋରା, ବିଜୟ ନାୟକ,ପ୍ରମୋଦ କୁମାର ବିଶୋଇ,ଅମୀର ସ୍ବାଇଁ, ରଞ୍ଜିତ ପାତ୍ର, ସମେତ ବହୁ ଜନପ୍ରନିଧି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିଥିଲେ।
ସମସ୍ତ କାର୍ଯ୍ୟରେ ଶ୍ରମିକ ମାନେ ଏକ ମାସ ହେଲା କାର୍ଯ୍ୟ କରି ଆସୁଥିବା ବିଷୟରେ ସେମାନେ କହିବା ସହ କ୍ଷେତମୁଣ୍ଡଳୀ ସରପଞ୍ଚ ଉଦେଶ୍ୟ ମୁଳକ ଭାବେ କାର୍ଯ୍ୟ ବନ୍ଦ କରିବା ପାଇଁ ଏପରି ମିଥ୍ୟା ଅଭିଯୋଗ ଦେଉଛନ୍ତି ବୋଲି କହିଛନ୍ତି। ଆମ ପ୍ରତିନିଧି ନିରାକାର ସାହୁ ସମସ୍ତ କାର୍ଯ୍ୟର ଭିଡ଼ିଓ ଉତ୍ତୋଳନ କରି ଶ୍ରମିକ ମାନଙ୍କ ଦ୍ୱାରା କାର୍ଯ୍ୟ ଚାଲିଥିବା ବିଷୟରେ ସରପଞ୍ଚ ନୀଳାଞ୍ଚଳ ଖିଲାର ଙ୍କୁ ପଚାରି ବାରୁ ତା ଉତ୍ତରରେ ସେ କହିଥିଲେ ଯେ ସେ ଅଭିଯୋଗ ଦେବା ପରେ ରାତ୍ରିରେ ମେସିନ ଲଗାଇ ୫ ଦିନ ହେଲା କାର୍ଯ୍ୟ ଚାଲିଥିବା ବିଷୟରେ କହିଥିଲେ।




















