Home ଜିଲ୍ଲା ଖୋର୍ଦ୍ଧା ଟ୍ରାଫିକ ନିୟମ ଉଲ୍ଲଘନକାରୀ ସାବଧାନ, ଜାନୁଆରୀରୁ ଆଉ ନିସ୍ତାର ନାହିଁ

ଟ୍ରାଫିକ ନିୟମ ଉଲ୍ଲଘନକାରୀ ସାବଧାନ, ଜାନୁଆରୀରୁ ଆଉ ନିସ୍ତାର ନାହିଁ

138
kickstarter

ଖୋର୍ଦ୍ଧା,ଡିସେମ୍ବର ୭(ସଞ୍ଜୀବ କୁମାର):
ଡିସେମ୍ବର ମାସରେ ଗାଡ଼ି ଯାଞ୍ଚ ସହିତ ଲୋକଙ୍କୁ ସଚେତ କରାଯିବ ଆଉ ଜାନୁଆରୀ ପହିଲାରୁ କାହାରିକୁ ଛଡ଼ା ଯିବ ନାହିଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଅପରପକ୍ଷେ ଦୁଇ ଚକିଆ ଯାନରେ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ ବୋଲି ଗତକାଲି ରାଜ୍ୟ ପରିବହନ କପକ୍ଷ (ଏଟିଏ) କହିବା ପରେ ଅନ୍ୟ ନିୟମର ଖିଲାପ କଲେ ନିସ୍ତାର ମିଳିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଦେଇଛି। ଏଟିଏ ପକ୍ଷରୁ ଆଜି ବିଟ୍ କରି କୁହାଯାଇଛି ଯେ ସୁପ୍ରିମ୍ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ନିର୍ଦ୍ଦେଶ ଅନୁସାରେ ଯାନବାହନ ଯାଞ୍ଚ କଡ଼ାକଡ଼ି ହେବ ଧାର୍ଯ୍ୟ

ବେଗ ଠାରୁ ଅଧିକ ଗତିରେ ଗାଡ଼ି ଚଳାଇଲେ, ଟ୍ରାଫିକ୍ ପୋଷ୍ଟରେ ଲାଲ ବତି ଡେଇଁଲେ, ମଦ୍ୟପାନ କରି ଗାଡ଼ି ଚଳାଇଲେ, ଗାଡ଼ି ଚଳାଇବା ସମୟରେ ମୋବାଇଲ୍ ବ୍ୟବହାର କଲେ, ହେଲମେଟ୍ ଓ ସିଟ୍ ବେଲ୍ ବ୍ୟବହାର ନକଲେ ଏବଂ ମାଲବାହୀ ଯାନରେ ଯାତ୍ରୀ ପରିବହନ କଲେ ତଣ୍ଡ ଗଣିବାକୁ ହେବ । କଟକ ସମେତ କିଛି ଜିଲାରେ ଏସବୁ ନିୟମ ଖିଲାପକାରୀଙ୍କ ବିରୋଧରେ ଅଭିଯାନ ଆରମ୍ଭ ହୋଇଛି ।

ଆରଟିଓ ପକ୍ଷରୁ ଇଣ୍ଟରସେପ୍ଟର ବାହାନ ଧରି ରାସ୍ତାରେ ଯାଞ୍ଚ ଚାଲିଛି । ଜିଲା ପୁଲିସ ମଧ୍ୟ ଯାଞ୍ଚରେ ଖିଲାପ କରୁ ନାହିଁ । ତେବେ କରୋନା ପାଇଁ ଯାଞ୍ଚ ଧୀମା ପଡ଼ି ଯାଇଥିଲା । କିନ୍ତୁ ଗତମାସ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସୁପ୍ରିମ୍କୋର୍ଟ କମିଟିଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏବେ ଯାଞ୍ଚ ସହିତ ଲୋକଙ୍କୁ ସଚେତନ କରାଯାଉଛି।