
ଖୋର୍ଦ୍ଧା,ଡିସେମ୍ବର ୭(ସଞ୍ଜୀବ କୁମାର):
ଆଜି ଭୂବନେଶ୍ବର ସାସଂଦ ଅପରାଜିତା ଷଡଙ୍ଗୀ ଯାଁଳା ପଞ୍ଚାୟତର ଓଗାଳପଡା ଗ୍ରାମର ବିଭିନ୍ନ ସମସ୍ୟା ବୁଲି ଦେଖିଥିଲେ । ମୁଖ୍ୟତଃ ଷୋହଳ ନଂ ଜାତୀୟ ରାଜପଥ ର ଓଗାଳପଡା ଠାରେ ଲୋକମାନଙ୍କ ଯାତାୟତ ପାଇଁ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ତେଣୁ ରାଜପଥରେ ଏକ ଅଣ୍ଡର ପାସ୍ ତିଆରି କରିବା ପାଇଁ ସାଧାରଣରେ ଦାବି କରିଥିଲେ ।ଏହାପରେ ଯାଁଳାର ଓଗାଳପଡା ଗ୍ରାମ ଠାରୁ ଛଣଘର କୁଶୁମାଟି ପଞ୍ଚାୟତର ଛେଲେଦା ଗ୍ରାମ ସହ କଂକ୍ରିଟ୍ ରୋଡ ସଂଯୋଗୀକରଣ କରିବା ପାଇଁ ମଧ୍ୟ ଦାବି ରଖିଥିଲେ ।
ବର୍ଷା ଦିନେ ଏହି ରାସ୍ତାରେ ଯାତାୟତ କରିବା ବହୁ ଅସୁବିଧା ହୁଏ । ତେଣୁ ଆର ଡି ବିଭାଗକୁ ଏବାବଦରେ ଜଣାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏହି ଦୁଇ ସମସ୍ୟାର ସମାଧାନ ପାଇଁ ରାଜପଥ ବିଭାଗ ଓ ଆର ଡି ବିଭାଗ ସହ ଯୋଗାଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଯାଆଁଳା ସରପଞ୍ଚ ପ୍ରଦୋଶ ଜେନାଙ୍କ ନେତୃତ୍ୱରେ ସାଂସଦଙ୍କ ସହ ବିଜେପି ନେତା ସୁଦିପ୍ତ ରାୟ ଓ ବିଶ୍ବ ରଞ୍ଜନ ବଡଜେନା ପ୍ରମୁଖ ଉପସ୍ଥିତ ଥିଲେ ।







