
କନ୍ଧମାଳ,(ବାଲିଗୁଡା)ଡିସେମ୍ବର ୬(ସୁକାନ୍ତ କୁମାର ତ୍ରିପାଠୀ):
କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ କନ୍ଧମାଳ ଜିଲ୍ଲା ସ୍ତରୀୟ ୫୮ ତମ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି । ମାଦିକୁନ୍ଦା ରିଜର୍ଭ ପଡ଼ିଆ ଠାରେ ଅତିରିକ୍ତ ଏସ.ପି ବିପିନ ବିହାରୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୃହରକ୍ଷୀ ମାନଙ୍କୁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ | ଡିଏସପି ସୂର୍ଯ୍ୟ କାନ୍ତ ରାୟ, ତ୍ରିପତି ଚୌଧୁରୀ, ରିଜର୍ଭ ଆର୍ ଆଇ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇ ଥିଲେ | ଗୃହରକ୍ଷୀମାନେ ହିଁ ବିଭିନ୍ନ ସମୟରେ ନିଜ ଜୀବନକୁ ବାଜି ଲଗାଇ ଖରା, ବର୍ଷା, ଶୀତ କୁ ଖାତିର ନ କରି କାର୍ଯ୍ୟ କରିଥାନ୍ତି । ଏଥି ସହିତ ପ୍ରତି ଛକରେ ପୋଲିସ ମାନଙ୍କ ସହ ସହଯୋଗ କରି ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ବୋଲି କହିବା ସହ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।



